ଏଲଜେପି ଅଧ୍ୟକ୍ଷ ହେଲେ ପଶୁପତି ପାରସ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ କ୍ଷମତା ଲଢେଇ ଭିତରେ ଦଳର ବିଦ୍ରୋହୀ ଦଳ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିଛି। ଏହି ବୈଠକ ପରେ ପଶୁପତି ପାରସଙ୍କୁ ନୂତନ ଜାତୀୟ ସଭାପତି ଭାବେ ଘୋଷଣା କରାଯାଇଛି।

ଖବର ଅନୁଯାୟୀ ଗୁରୁବାର ପାଟନାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଏଲଜେପି ସାଂସଦ ସୁରଜ ଭାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଶୁପତି ପରାସ ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ତେଣୁ ତାଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ବର୍ତ୍ତମାନ ପାରସଙ୍କ ଟିମ ନିର୍ବାଚନ ଆୟୋଗଙ୍କ ଆଗରେ ପ୍ରକୃତ ଏଲଜେପି ବୋଲି ଦାବି କରିବେ।

ଅଧ୍ୟକ୍ଷ ନିର୍ବାଚନ ପରେ ପଶୁପତି ପାରସ ଓ ସମର୍ଥନ କରୁଥିବା ସାଂସଦମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବେ। ତେବେ ପଶୁପତିଙ୍କ ଏହି ପଦକ୍ଷେପକୁ ନେଇ ଚିରାଗ ପାଶୱାନ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି କୁହାଯାଉଛି। ପାରସଙ୍କୁ ସଂସଦୀୟ ଦଳର ନେତା କରିବାକୁ ବିରୋଧ କରି ଚିରାଗ ପାସୱାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସାରିଛନ୍ତି। ଅନ୍ୟପକ୍ଷରେ ସୁରଜ ଭାନ ସିଂଙ୍କ ଭାଇ ତଥା ସାଂସଦ ଚନ୍ଦନ ସିଂ କହିଛନ୍ତି ପୁରା ଦଳ ପାରସଙ୍କ ସହ ରହିଛି। ଯେପରି ପ୍ରତ୍ୟେକ ଦଳର ନେତୃତ୍ୱ ପରିବର୍ତ୍ତନ ହୁଏ ସେହିପରି ଏଲଜେପିରେ ଘଟୁଛି।

ସମ୍ବନ୍ଧିତ ଖବର
between image and heading

Comments are closed.