ଏଲଜେପି ସଂପର୍କ ପାଇଁ ୯ ବିଜେପି ନେତା ବହିଷ୍କୃତ

ପାଟନା : ବିହାର ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଛି। ଏନଡିଏ ସମର୍ଥିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଏଥର କଡା ଟକ୍କରର ସମ୍ମୁଖୀନ ହେବ ବୋଲି ଆଶା କରାଯାଉଛି। କାରଣ ବିରୋଧୀ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ଏହିଭଳି ସମୟରେ ଏଲଜେପି ଟିକେଟରେ ନିର୍ବାଚନ ଲଢୁଥିବା ବିଜେପିର ୯ ଜଣ ନେତାଙ୍କୁ ଦଳ ବହିଷ୍କାର କରିଛି। ଏଲଜେପିକୁ ବିଜେପିର ବି-ଟିମ୍ କୁହାଯାଉଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚର୍ଚ୍ଚା ହେଉଛି।

ବିଜେପିର ରାଜ୍ୟ ଅଧ୍ୟକ୍ଷ ଡ. ସଞ୍ଜୟ ଜୈସୱାଲ ବହିଷ୍କୃତ ନେତାମାନଙ୍କ ନାଁ ଘୋଷଣା କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ରାମେଶ୍ଵର ଚୌରାସିଆ, ରାଜେନ୍ଦ୍ର ସିଂହ, ଡ. ଉଷା ବିଦ୍ୟାର୍ଥୀ, ବିଧାୟକ ରବୀନ୍ଦ୍ର ଯାଦବ, ଅନୀଲ କୁମାର, ଶ୍ଵେତା ସିଂହ, ଇନ୍ଦୁ କଶ୍ୟପ, ଅଜୟ ପ୍ରତାପ ଓ ମୃଣାଳ ଶେଖରଙ୍କୁ ୬ବର୍ଷ ପାଇଁ ଦଳରୁ ବାହାର କରିଦିଆଯାଇଛି। ବିଜେପି ରାଜ୍ୟ ଅଧ୍ୟକ୍ଷ ଲେଖିଛନ୍ତି ଏମାନେ ସମସ୍ତେ ଏନଡିଏ ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି। ଏହାଦ୍ଵାରା ଦଳ ଓ ଏନଡିଏର ଛବି ମଳିନ ହେଉଥିବାରୁ ସେମାନଙ୍କୁ ଦଳରୁ ବାହାରକରିବାକୁ ନିଷ୍ପତ୍ତି ନିଆଯାଇଛି।

ମତାମତ ଦିଅନ୍ତୁ ।