ଏଲଓସି ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର କୁପୱାଡ଼ା ସୀମାନ୍ତ ଗ୍ରାମରୁ ଆଜି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି।

ସେନା ସୁତ୍ର ଅନୁଯାୟୀ ଗୁଇନ୍ଦା ସୁତ୍ରରୁ ଖବର ପାଇ ଆଜି ସେନା ଓ ସ୍ଥାନୀୟପୋଲିସ ପକ୍ଷରୁ ଏକ ମିଳିତ ତଲାସୀ ଅଭିଯାନ ଆରମ୍ବ ହୋଇଥିଲା। ଏହି ସମୟରେ କୁପୱାଡ଼ା ଜିଲ୍ଲାର ଧାନି ଗ୍ରାମରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏ ମଧ୍ୟରେ ରହିଛି ୫ଟି ଏକେ-୪୭, ୭ଟି ପିସ୍ତଲ, କେତେଗୁଡ଼ିଏ ମାଗାଜିନ ଓ ଜୀବନ୍ତ ଗୁଳି। ଏହି ଗ୍ରାମ ନିୟନ୍ତ୍ରଣ ରେଖା ନିକଟରେ ଥିବାରୁ ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ସୀମା ସେପଟୁ ଆସିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button