ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ପରୀକ୍ଷା ପାଇଁ ତାଙ୍କୁ ଆର୍ମୀ ହସ୍ପିଟାଲରୁ ଏମସ୍ କୁ ସ୍ଥାନାନ୍ତର କରାଯାଇଛି। ସେନାର ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶୁକ୍ରବାର ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆର୍ମୀ ହସ୍ପିଟାଲର ମେଡିକାଲ ବୁଲେଟିନରେ କୁହାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାଙ୍କୁ ଏମସ୍ ସ୍ଥାନାନ୍ତର କରାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଆର୍ମୀ ହସ୍ପିଟାଲ ଯାଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button