ଏମ୍ସର ଆଇଏନଆଇ-ସିଇଟି ପରୀକ୍ଷା ମାସେ ଘୁଞ୍ଚିଲା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢ଼ୁଥିବାରୁ ଏମ୍ସର ଆଇଏନଆଇ-ସିଇଟି ପରୀକ୍ଷାକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ମାସେ ଯାଏ ପରୀକ୍ଷା ଘୁଞ୍ଚାଯାଉ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ସଂପୂର୍ଣ୍ଣ ଏକପାକ୍ଷିଆ ନିଷ୍ପତ୍ତି। ଆଶାୟୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆମେ ଅତିକମରେ ମାସେ ଯାଏ ପରୀକ୍ଷା ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେଉଛୁ। ଏହି ମାସକ ସମୟ ଶେଷ ହେବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯାଇ ପାରିବ। ଏକାଧିକ ଡାକ୍ତର ସଂଘ ସୁପ୍ରିମକୋର୍ଟରେ ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button