ଏନଆଇଟି ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଏନଆଇଟି) କ୍ୟାମ୍ପସ୍‌ରୁ ୧୪ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତା ବଢିଛି। ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ। ଆଜିଠାରୁ ଅବଶିଷ୍ଟ ପିଲାଙ୍କର କୋଭିଡ୍ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ରାଉରକେଲା ଏନଆଇଟିର ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ।

ସେ କହିଛନ୍ତି କ୍ୟାମ୍ପସରେ ଏବେ ୨୦୦୦ ଛାତ୍ରଛାତ୍ରୀ ଥିବା ବେଳେ ସୋମବାର ରାତି ସୁଦ୍ଧା ୩୯୩ ଜଣଙ୍କର କୋଭିଡ ଟେଷ୍ଟ ହୋଇଛି। ଅଧିକ ଟିମ ନିୟୋଜିତ କରିବାକୁ ଜିଲ୍ଳା ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button