ଏନଡିଆରଓ ପକ୍ଷରୁ ଉତ୍କଳ ଦିବସ ପାଳନ

ମୋହନା : ମହାରାଜ କୃଷ୍ଟଚଦ୍ର ଗଜପତି ମୁର୍ତ୍ତି ନିକଟରେ ଏନଡିଆରଓ ସେଛାସେବୀ ଅନୁଷ୍ଟାନ ଓ ମୋହନା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି।
ଗୁରୁବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ଥାନା ଅଧିକାରୀ ପିକି ମୁରୁମୁ ଓ ସିଦ୍ଦୁ ସାରକା ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୋହନା ଵାର ଆସୋସିଏସନର ସଭାପତି ରଵିଦ୍ର ନାୟକ, ଦୁର୍ଯୋଧନ କରାଡ଼ ଓ ଶିକ୍ଷାଵିତି ମଧୁସୂଦନ ପାଢ଼ୀ, ଶିକ୍ଷକ ଅଶୋକ କୁମାର ଵେହେରା ଜଙ୍ଗଲ ସୁରକ୍ଷା ବିଭାଗର ସନ୍ତୋଷ କୁମାର ବିଷୋୟୀ, ସାମାଜିକ କର୍ମୀ ଚାଣକ୍ୟ ଶବର ଯୋଗଦେଇଥିଲେ।
ଆଇନଜୀବୀ ରଵିଦ୍ର କୁମାର ନୟକ ଓ ସାମାଜିକ କର୍ମୀ ଚାଣକ୍ୟ ଶଵରଙ୍କୁ ଉତ୍ତମ କର୍ମଜୀବି ନାଗରିକ ସମାନରେ ସମ୍ମାନିତ କରାଯାଇଥିଲା। ପଥପ୍ରାନ୍ତ ସଭାରେ ଅତିଥିମାନେ କହିଥିଲେ ଶ୍ରମିକ ସଂଘ ଏକତା ସହିତ ଓଡ଼ିଶାର ଓ ଓଡ଼ିଆ ଭାଷା ପାଇଁ ମହା ପୁରୁଷଙ୍କମାନଙ୍କ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ଭବ ହୋଇଥିଲା। ସେହିପରି ମୋହନାର ମୌଳିକ ସମସ୍ୟା ଗୁଡିକର ସମାଧାନ ଏକତା ହୋଇ କରିବାକୁ ସେମାନେ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ମୋହନାର ଵୁଦ୍ଧିଜିବୀ ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। ସେହିପରି ସଭାପତି ଭକ୍ତ ନାରୟଣ ସାହୁ କହିଥିଲେ ନିର୍ମାଣ ଶ୍ରମିକମାନେ ଆଗେଇ ଆସିଲେ ମୋହନାର ମୌଳିକ ସମସ୍ୟା ଦୂର ହୋଇପାରିବ। ଉପସଭାପତି ଧନୁର୍ଜୟ ନାୟକ ଧନ୍ୟବାଦ ଦେଵା ସହିତ ବିକି ମାଝି, କାଳିଆ ପାତ୍ର, କ୍କୃଷ୍ଟ ପଣ୍ଣା, ଅନିଳ ନାୟକ, ସୁଦାମ ସାହୁ କାଳିଆ ଶହୁ, ଵୁଡୁ ଵେହେରା ପ୍ରମୁଖ ସହଯୋଗ କରିଥିଲେ।