ଏନ୍ଆଇଟି ଓ ସିଏଫ୍ଟିଆଇରେ ନାମ ଲେଖାପାଇଁ ଆବଶ୍ୟକ ନାହିଁ ୭୫% ନମ୍ବର

ନୂଆଦିଲ୍ଲୀ : ଚଳିତବର୍ଷ ଜେଇଇ ମେନ୍-୨୦୨୦ରେ ସଫଳତା ହାସଲ କରିଥିବା ପରୀକ୍ଷାର୍ଥୀମାନେ ଏନ୍ଆଇଟି ଓ ସିଏଫ୍‌ଟିଆଇରେ ନାମ ଲେଖାଇବା ପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିଛନ୍ତି। ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ ନାହିଁ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ।

ଗୁରୁବାର ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି ଚଳିତବର୍ଷ ଜେଇଇ ମେନରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ନମ୍ବର ନିର୍ବିଶେଷରେ କେବଳ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ସାର୍ଟିଫିକେଟ୍ ପାଇଥିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁସାରେ ଏନ୍ଆଇଟି ଓ ସିଏଫ୍‌ଟିଆଇରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ପରୀକ୍ଷା ପାସ୍ କରିବା ସହ ଦ୍ୱାଦଶ ଶ୍ରେଣୀରେ ଅନ୍ୟୂନ ୭୫ ପ୍ରତିଶତ ନମ୍ବର ରଖିବା କିମ୍ବା ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ରହିବାକୁ ପଡୁଥିଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତି କାରଣରୁ ସେଣ୍ଟ୍ରାଲ୍ ସିଟ୍ ଆଲୋକେସନ୍ ବୋର୍ଡ ଯୋଗ୍ୟତା ଆଧାର କୋହଳ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।