ଏନ୍‌ଏଚ୍ ଡାଇଭରସନ ବଢାଉଛି ସମସ୍ୟା

ରାଉରକେଲା : ଜାତୀୟ ରାଜପଥ-୧୪୩ର ପ୍ରଶସ୍ତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି । ନୂତନ ହଟଷ୍ଟ୍ରିପ ମିଲ ନିକଟରୁ ଫେଟକଲ ପେଟ୍ରୋଲ ପମ୍ପ ଯାଏ ରାସ୍ତାକୁ ଡାଇଭରସନ କରାଯାଇଛି। କିନ୍ତୁ ଗାଡ଼ି ଚାଳକଙ୍କ ପାଇଁ ଏହା ସୃଷ୍ଟି କରିଛି ସମସ୍ୟା। ଭାରୀଯାନ ଗୁଡ଼ିକ ରାସ୍ତାର ଉଭୟ ପଟୁ ଦ୍ରୁତ ବେଗରେ ଚଳାଚଳ କରୁଥିବା ବେଳେ ବାଇକ ଚାଳକ ଓ ସାଇକେଲ ଆରୋହୀମାନଙ୍କ ଅସୁବିଧାର ହେଉଛି।

ବିଶେଷ କରି ମହିଳା ଶ୍ରମିକମାନେ କାମ ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ଛୋଟବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଜାତୀୟ ରାଜପଥ-୧୪୩ର ଧୂଳିମୟ ପରିବେଶ ଲୋକଙ୍କୁ ଅତିଷ୍ଟ କରି ପକାଇଛି। ଏହି ସମସ୍ୟା ପ୍ରତି ଠିକା ନେଇଥିବା କମ୍ପାନୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ମତାମତ ଦିଅନ୍ତୁ ।