ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ : ଆଣ୍ଟିଲିଆ ବୋମା ରଖିବା ଓ ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ମାମଲାରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଆଜି ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ବାସଭବନ ଚଢଉ କରିଥିଲା। କିଛି ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଛି।

ଖବର ଅନ୍ୟଯାୟୀ ଗୁରୁବାର ସକାଳେ ଏନ୍‌ଆଇଏର ଏକ ଟିମ୍‌ ମୁମ୍ବାଇର ପୂର୍ବ ଆନ୍ଧେରୀ ଅଞ୍ଚଳ ଅନ୍ତର୍ଗତ ପ୍ରଦୀପ ଶର୍ମାଙ୍କ ବାସଭବନରେ ପହଞ୍ଚି ତଲାସି ଆରମ୍ଭ କରିଥିଲେ। ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‌ ପ୍ରଦୀପ ଶର୍ମାଙ୍କୁ ଏହି ମାମଲାରେ ପୂର୍ବରୁ ଏନ୍‌ଆଇଏ ଦୁଇଥର ପଚରାଉଚୁରା କରି ସାରିଛି। ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ପ୍ରଦୀପ ଶର୍ମାଙ୍କୁ ଗିରଫ୍ କରାଯାଇଛି। ସେ
ସବ୍‌-ଇନ୍‌ସ୍‌ପେକ୍ଟର୍‌ ଭାବେ ୧୯୮୩ରେ ମୁମ୍ବାଇ ପୋଲିସରେ ଯୋଗ ଦେଇଥିଲେ। ପ୍ରଦୀପ ଶର୍ମା ମୁମ୍ବାଇ ଅଣ୍ଡର୍‌ୱାଲର୍ଡ ସହ ଜଡ଼ିତ ୩୦୦ରୁ ଅଧିକ ଏନ୍‌କାଉଣ୍ଟର୍‌ ଘଟଣାରେ ସମ୍ପୃକ୍ତ। ସେଥିରୁ ୧୧୩ ଘଟଣାରେ ଗୁଳି ଚଳାଇଛନ୍ତି। ୨୦୧୯ରେ ସ୍ଵେଚ୍ଛାକୃତ ଅବସର ନେଇ ସେ ଶିବସେନାରେ ଯୋଗ ଦେଇଥିଲେ। ଶିବସେନା ଟିକେଟ୍‌ରେ ନାଲା ସୋପାରା ଆସନ‌ରେ ପ୍ରତିଦ୍ଵନ୍ଦ୍ଵୀତା କରି ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର
between image and heading

Comments are closed.