ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ସୋପୋରର ନାଥିପୋରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

ଖବର ଅନୁଯାୟୀ ଜମ୍ମୁ ପୋଲିସର ଜଣେ ଅଧିକାରୀ କହିଛନ୍ତି ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବ ପରେ ସୁରକ୍ଷାକର୍ମୀ ବୋମୋଇ ଅଞ୍ଚଳର ନାଥିପୋରାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମାଧରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button