ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଓ ପୋଲିସର ମିଳିତ ଏନକାଉଣ୍ଟରରେ ଲଶ୍କର-ଏ-ତୋଇବାର ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଗୁଳିବିନିମୟ ସମୟରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି।

କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଅପରେସନ୍ ଶେଷ ହୋଇଯାଇଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ଏକ-୪୭ ଓ ୨ଟି ପିସ୍ତଲ ଜବତ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାର ରାଓ୍ୱପୋରାରେ ପାଖାପାଖି ୩ଦିନ ଗୁଳି ବିନିମୟ ପାଇଁ ଚାଲିଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Leave A Reply

Your email address will not be published.