ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି : ଛତିଶଗଡ ପୋଲିସର ଏନକାଉଣ୍ଟରରେ ମିଲିଙ୍ଗିର ଏରିଆ କମିଟିର କମାଣ୍ଡର କୋସାର ମୃତ୍ୟୁ ହୋଇଛି। ଏହି ହାର୍ଡକୋର ନକ୍ସଲ ନାଁରେ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ଖବର ଅନୁଯାୟୀ ନକ୍ସଲଙ୍କ ସମ୍ପର୍କରେ ସୂଚନା ପାଇ ଦନ୍ତେୱାଡା ପୋଲିସ ଓ ଡିଆରଜି ଯବାନ ନିଲାବାୟ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। କ୍ୟାମ୍ପ ନିକଟରେ ଯବାନ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ଚାଲିଥିଲା। ତେବେ ପୋଲିସର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ବେଳେ ଜଣେ ହାର୍ଡକୋର ନକ୍ସଲ କୋସାର ମୃତ ମିଳିଥିଲା। ଏହାଛଡା ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ୩ କିଲୋ ଓଜନର ବୋମା ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button