ଏନ୍‌କାଉଣ୍ଟରରେ ସେକ୍‌ ବାବୁ ଆହତ

କଟକ : ଗ୍ୟାଙ୍ଗଷ୍ଟର‌୍‌ ସକିଲର ସହଯୋଗୀ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଏନ୍‌କାଉଣ୍ଟରରେ ଆହତ। ଚନ୍ଦକାରୁ ବାରଙ୍ଗ ଆଡ଼କୁ ଏକ ସ୍କୁଟିରେ ଆସୁଥିବା ବେଳେ ଦରଘାବଜାର ଥାନା ପୋଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ତାକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ଉପରକୁ ସେ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିବାରୁ ପୋଲିସ ପାଲଟା ଗୁଳି କରିଥିଲା। ଏଥିରେ ବାବୁର ବାମ ଗୋଡ଼ରେ ଗୁଳି ବାଜିଛି। ବାବୁର ଗୁଳିମାଡ଼ରେ ସ୍ପେସାଲ ସ୍କ୍ବାଡ୍‌ ହାବିଲଦାର‌୍‌ ତୋଫାନ ବେହେରା ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ କ୍ୟାଣ୍ଟନମେଣ୍ଟ ଥାନା ପେନସନ୍‌ ଲେନ୍‌ ଅଞ୍ଚଳର ବାବୁ ନାଁରେ ଦରଘାବଜାର ଥାନାରେ ୨୦୧୯ରେ ଏକ ମାମଲା ବାବୁର ଅପରାଧ ରେକର୍ଡ ବହୁତ ଲମ୍ବା। କଟକ କମିସନରେଟ୍‌ ପୋଲିସରେ ତା’ ବିରୋଧରେ ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଗୁଳି ଓ ବୋମା ମାଡ଼ ଭଳି ୨୦ଟି ଆପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *

Back to top button