କେନ୍ଦୁଝର : ରାସନ ଓ ଭତ୍ତା ମିଳୁନଥିବା ଅଭିଯୋଗ

କେନ୍ଦୁଝର : କରୋନା ସମୟରେ ଗରିବ ଖଟିଖିଆଙ୍କୁ ମିଳୁନି ରାସନ। ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କୁ ମିଳୁନାହିଁ ଭତ୍ତା। କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାମ ଯୋଗୁଁ ହିତାଧିକାରୀ ମାସ ମାସ ଧରି ଅପେକ୍ଷା କରିଥିବା ଅହିଯୋଗ ହେଉଛି।

ଖବର ଅନୁଯାୟୀ ହରିଚନ୍ଦୁର ବ୍ଲକର ତେନ୍ତୁଳିପଶ ପଂଚାୟତର ୧୫ଟି ଗାଁରେ ୬ହଜାରରୁ ଲୋକ ବସବାସ କରନ୍ତି। ପ୍ରାୟ ସମସ୍ତେ ଗରିବ ଓ ଦିନ ମଜୁରିଆ। କରୋନା ପାଇଁ ସେମାନଙ୍କୁ କାମ ଧନ୍ଦା ମିଳୁନଥିବାରୁ ସରକାରୀ ରାସନ ଓ ଭତ୍ତା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ତିନି ମାସରୁ ଅଧିକ ହେବ ହିତାଧିକାରୀଙ୍କୁ ରାସନ ମିଳୁନଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ କହିଛନ୍ତି ଯଥାଶୀଘ୍ର ଭତ୍ତା ଓ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏହାଛଡା ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button