ତୁଷାରଖଣ୍ଡ ଧସିବା ବିପର୍ଯ୍ୟୟରେ ସହାୟତା କରିବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ : ବୋରିସ୍‌ ଜନ୍‌ସନ୍‌

ଭୁବନେଶ୍ଵର : ଉତ୍ତରାଖଣ୍ଡରେ ଭାସମାନ ତୁଷାରଖଣ୍ଡ ଧସିପଡ଼ିବାଜନିତ ବନ୍ୟା ବିତ୍ପାତ ଘଟଣାରେ ଭାରତକୁ ସାହାଯ୍ୟ କରିବା ଲାଗି ରବିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି।ଟୁଇଟ୍‌ କରି ଜନ୍‌ସନ୍‌ କହିଛନ୍ତି, ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାଜନିତ ଅଘଟଣରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ।

ସେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ତୁଷାରଖଣ୍ଡ ଧସି ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ମୁକାବିଲା କରୁଥିବା ଉଦ୍ଧାରକାରୀ କର୍ମୀ ଓ ଭାରତବାସୀଙ୍କ ପ୍ରତି ସମବେଦନା ଜଣାଉଛି। ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ। ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଏବଂ ଭାରତରେ ନିଯୁକ୍ତ ଜାପାନର ରାଷ୍ଟ୍ରଦୂତ ସାତୋଷି ସୁଜୁକିଙ୍କ ସମେତ ବିଶ୍ୱ ନେତୃବୃନ୍ଦ ମଧ୍ୟ ତୁଷାରଖଣ୍ଡ ଧସିବା ଘଟଣାରେ ମୃତବ୍ୟକ୍ତିଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି।

ଟୁଇଟ୍‌ କରି ମାକ୍ରୋନ୍‌ ଲେଖିଛନ୍ତି, ଉତ୍ତରାଖଣ୍ଡ ପ୍ରଦେଶରେ ତୁଷାରଖଣ୍ଡ ଧସି ୧୦୦ ବ୍ୟକ୍ତି ନିଖୋଜ ହୋଇଯିବା ଅଘଟଣରେ ଫ୍ରାନ୍‌ସ୍‌ ଭାରତକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ନିଖୋଜ ବ୍ୟକ୍ତିମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ସମବେଦନା ଜଣାଉଛୁ।

Leave a Reply

Your email address will not be published. Required fields are marked *

Back to top button