ଏଣିକି ଶାକାହାରୀ ଖାଇପାରିବେ ଅଣ୍ଡା ଆମଲେଟ

ଶାକାହାରୀଙ୍କ ପାଇଁ ଅଣ୍ଡା ଆମଲେଟ। ଏହା ଅଣ୍ଡା ଆମିଷ ନୁହେଁ। ଗଛରୁ ତିଆରି। କିନ୍ତୁ ଅଣ୍ଡାର ସ୍ଵାଦ ମିଳିପାରିବ। ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନୀ ଏହା ସମ୍ଭବ କରି ଦେଖାଇଛି।

ମୁମ୍ବାଇର ଇଭୋ ଫୁଡ଼ସ ନାମକ ଷ୍ଟାର୍ଟଅପକୁ ୨୦୧୯ ମସିହାରେ କାର୍ତ୍ତିକ ଦୀକ୍ଷିତ ଓ ଶ୍ରଦ୍ଧା ଭନସାଲି ଆରମ୍ଭ କରିଥିଲେ। ପାଖାପାଖି ବର୍ଷେ ହେବ ଦୁହେଁ ବିଭିନ୍ନ ନମୁନା ପ୍ରସ୍ତୁତ କରିଥିଲେ। ଏସବୁ ନମୁନାରେ ପ୍ରକୃତ ଅଣ୍ଡାର ସ୍ୱାଦ, ରାସାୟନିକ ପଦାର୍ଥ, ପୋଷାକ ତତ୍ୱ ସମାନ ରଖାଯାଇଥିଲା। ଏହାକୁ ଆମଲେଟ, ଅଣ୍ଡା ରୋଲ ଓ ତରକାରୀରେ ବ୍ୟବହାର କରାଯାଇପାରିବ।

ଅଣ୍ଡା ପ୍ରସ୍ତୁତ ପାଇଁ ଦୁହେଁ ଉଦ୍ଭିଦରୁ ପ୍ରୋଟିନକୁ ଅଲଗା କରିବା ପରେ ଏହାକୁବିଭିନ୍ନ ଫ୍ଲେଭର ମିଶାଇ ଏହାକୁ ଅଣ୍ଡାର ସ୍ୱାଦ ଦିଆଯାଇଥିଲା। ଦୁହେଁ ଏକ ତରଳ ପ୍ରୋଟିନ ପ୍ରସ୍ତୁତ କରିଛନ୍ତି ଯେଉଁଥିରୁ ଜଣେ ଆମଲେଟ କରିପାରିବ। ଏହାର ସ୍ୱାଦ ସମ୍ପୂର୍ଣ୍ଣ ଅଣ୍ଡା ଭଳି ଲାଗିବ। ଏହି ତରଳ ପଦାର୍ଥକୁ କିଭଳି ଅଧିକ ଦିନ ସଂରକ୍ଷଣ କରିହେବ ସେ ଦିଗରେ ଏବେ ଏ ଦୁହେଁ କାମ କରୁଛନ୍ତି। ଯଦି ସଫଳ ହୁଅନ୍ତି ତାହେଲେ ଭବିଷ୍ୟତରେ ୩୦୦ ମିଲିମିଟର ଓ ୬୦୦ ମିଲିମିଟର ଭଳି ବୋତଲରେ ଏହି ଭୀଗନ ଅଣ୍ଡା ଦେଖିବାକୁ ମିଳିବ।

ଏପରି ଚିନ୍ତା କରିବାର କାରଣ ହେଲା ୨୦୧୪ ମସିହାରେ ପୁନେରେ ଷ୍ଟାର୍ଟଅପ ଲିଡରସିପ ପ୍ରୋଗ୍ରାମ ସାରିବା ପରେ କାର୍ତ୍ତିକ ଆମିଷ ଖାଦ୍ୟର ବିକଳ୍ପ ପ୍ରସ୍ତୁତ କରିବାକୁ ଧ୍ୟାନ ଦେଇଥିଲେ। ପ୍ରଥମେ କୋଷିକା-ଆଧାରିତ ମାଂସ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ। ସେ ଅନୁଭବ କରିଥିଲେ ଭାରତରେ ଏ ପର୍ଯ୍ୟନ୍ତ ପରୀକ୍ଷାଗାର ବା ଲ୍ୟାବ ନିର୍ମିତ ମାଂସ ପ୍ରତି ଲୋକଙ୍କର ଆଗ୍ରହ ନାହିଁ। ତେବେ ଅଣ୍ଡାକୁ ଅଧିକାଂଶ ଭାରତୀୟ ଖାଉଥିବାରୁ କିଭଳି ଗଛରୁ ଅଣ୍ଡାର ବିକଳ୍ପ କରିହେବ ସେଦିଗରେ କାମ କରିଥିଲେ। ୨୦୧୮ ମସିହାରେ କାର୍ତ୍ତିକ ଆମେରିକାରୁ ଫେରିଥିବା ଶ୍ରଦ୍ଧାଙ୍କୁ ଭେଟିଥିଲେ। ୨୦୧୯ ମସିହାରେ ଦୁହେଁ ଏକ ଷ୍ଟାର୍ଟଅପ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button