ଏଣିକି ସୁବିଧା ଅନୁଯାୟୀ ନେଇପାରିବେ କରୋନା ଟିକା : କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଡାକ୍ତରଖାନା ଗୁଡ଼ିକ ଏଣିକି ୨୪ଘଣ୍ଟା ମଧ୍ୟରେ ନିଜ ସୁବିଧା ଅନୁଯାୟୀ ଲୋକଙ୍କୁ କରୋନା ଟିକା ଦେଇ ପାରିବେ। ଏଥିପାଇଁ ଆଉ ନିର୍ଦ୍ଦିଷ୍ଟ ସମୟସୂଚୀ ଅବଲମ୍ବନ କରିବାକୁ ପଡ଼ିବ ନାହିଁ। ସାଧାରଣ ଲୋକମାନେ ମଧ୍ୟ ନିଜର ସୁବିଧା ଅନୁସାରେ ଡାକ୍ତରଖାନା ଯାଇ ଟିକା ନେଇ ପାରିବେ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ କହିଛନ୍ତି ଟିକାକରଣର ଗତି ବଢ଼ାଇବାକୁ ସରକାର ସମୟ ସୀମା ହଟାଇ ଦେଇଛନ୍ତି। ଲୋକମାନେ ସେମାନଙ୍କ ସୁବିଧା ଅନୁଯାୟୀ ଟିକା ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକଙ୍କ ଉଭୟ ସମୟ ଓ ସ୍ୱାସ୍ଥ୍ୟର ମୂଲ୍ୟ ବୁଝନ୍ତି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏବେଠାରୁ କୋୱିନ ପୋର୍ଟାଲରେ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଡାକ୍ତରଖାନା ଗୁଡ଼ିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକା ଦେଇପାରିବେ। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମଧ୍ୟ ସେମାନେ ଟିକା ଦେଇପାରିବେ। ସକାଳ ୯ଟା ଅପେକ୍ଷା ସକାଳ ୮ଟାରୁ ଟିକାକରଣ ଆରମ୍ଭ କରିପାରିବେ। କାର୍ଯ୍ୟସୂଚୀ ଓ କ୍ଷମତା ପାଇଁ ସେମାନଙ୍କୁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *

Back to top button