ଏଣିକି ଡିଜିଟାଲ ୱାଲେଟରେ ରହିବ ୨ ଲକ୍ଷ ଟଙ୍କା ବାଲାନ୍ସ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯାଇଛି। ଏହାଛଡା ଡିଜିଟାଲ ୱାଲେଟର ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ସହିତ ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏଣିକି ଗ୍ରାହକମାନେ କ୍ଷପେମେଣ୍ଟ ବ୍ୟାଙ୍କ ୱାଲେଟରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଥିଲା। ଦେଶରେ ଏବେ ପେଟିଏମ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଏନଏସଡିଏଲ, ଜିଓ ପେମେଣ୍ଟ ବ୍ୟାଙ୍କ କାର୍ଯ୍ୟ କରୁଛି।

ସେହିପରି ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି ମିଳିଛି। ଏଣିକି ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନେ ରିଜର୍ଭ ବ୍ୟାଙ୍କ ପରିଚାଳିତ କେନ୍ଦ୍ରୀକୃତ ପେମେଣ୍ଟ ବ୍ୟବସ୍ଥା (ସିପିଏସ)ର ସଦସ୍ୟ ହୋଇପାରିବେ। ଏହାଦ୍ଵାରା ସେମାନେ ଆରଟିଜିଏସ ଓ ଏନଇଏଫଟି ଆଦି ସେବା ପ୍ରଦାନ କରିପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button