Wed. Feb 26th, 2020

ସୋସିଆଲ ମିଡିଆରେ ଭାଇରାଲ ହେଲା ସୋଫିଙ୍କ ବୋଲ୍ଡ ଫଟୋ

ମୁମ୍ବାଇ : ବଲିଉଡର ଫେମସ୍ ସିଙ୍ଗର ତଥା ଅଭିନେତ୍ରୀ ସୋଫି ଚୌଧରୀଙ୍କୁ ‘ଶାଦୀ ନଂ୧’, ’ଶୁଟ୍ ଆଉଟ୍ ଆଟ୍ ୱାଡଲା’, ’ୱାନ୍ସ ଓପୋନ୍ ଓ ଟାଇମ୍ ଇନ୍ ମୁମ୍ବାଇ ଦୁବାରା’ ଭଳି ବଡ ଫିଲ୍ମରେ ଦେଖିବାକୁ ମିଳିଛି। କିନ୍ତୁ ଅଭିନୟ ଜଗତରେ ତାଙ୍କୁ ସଫଳତା ମିଳିନାହିଁ। ସଫଳତା ଦେଇଛି ତାଙ୍କ ସ୍ୱର। ଲୋକଙ୍କୁ ଅଭିନୟ ଅପେକ୍ଷା ତାଙ୍କ ସ୍ୱର ବହୁତ ପସନ୍ଦ ଆସିଛି। ସୋଫି ଏବେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାଙ୍କ ବିକିନି ପିନ୍ଧା ଫଟୋ।

ସୋଫି ନିକଟରେ ଇନଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି। ଫଟୋ ପୋଷ୍ଟ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସୋଫି ଗୋଲ୍ଡେନ କଲର ବିକିନିରେ ନଜର ଆସୁଛନ୍ତି। ବଲିଉଡର ସବୁଠାରୁ ଫିଟ୍ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ଥିବା ସୋଫିଙ୍କ କହିବାନୁସାରେ ସେ ଅତ୍ୟଧିକ ଡାଏଟିଂ ଓ ୱର୍କଆଉଟରେ ଭରସା କରନ୍ତିନି। ଫିଟନେସ୍ ଜୀବନଶୈଳୀର ଏକ ଅଂଶ ଓ ସ୍ୱାଭାବିକ ହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ସ୍ୱାଭାବିକ ହେବା ପରେ ଏହା ଆଉ କଷ୍ଟ ନୁହେଁ। ପ୍ରତିଦିନ ଗୋଟିଏ ସାଧାରଣ କାମ ଭଳି ହୋଇଗଲେ ଅଧିକ ସୁବିଧା ହେବ। ଡ୍ୟାନ୍ସ ମାଧ୍ୟମରେ ହେଉ କିମ୍ବା ଯୋଗ ମାଧ୍ୟମରେ ହେଉ ପ୍ରତିଦିନ ୱର୍କଆଉଟ୍ କରିବା ଉଚିତ୍।

Leave a Reply

Your email address will not be published. Required fields are marked *