Wed. Feb 26th, 2020

ଡେଟ୍‌ କରୁଛନ୍ତି ଭିକି କୌଶଲ୍‌ ଓ କ୍ୟାଟ୍ରିନା କୈଫ

ମୁମ୍ବାଇ : ବଲିଉଡରେ ସମ୍ପର୍କକୁ ନେଇ ସବୁବେଳେ ଚାଲିଥାଏ ଚର୍ଚ୍ଚା। କାହାର କାହା ସହିତ ସମ୍ପର୍କ ଯୋଡିହୁଏ, ଆଉ କାହାର ସମ୍ପର୍କ ତୁଟିଯାଏ ତାହା ଜାଣିହୁଏନି। କିନ୍ତୁ ଅନେକ କଥା ଉଠେ। ଏହାକୁ ନେଇ ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଚାଲେ ଆଲୋଚନା। ସେହିଭଳି ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଅଭିନେତା ଭିକି କୌଶଲ୍‌ ସହିତ ତାଙ୍କୁ ଦେଖିବାକୁ ମିଳୁଛି। ଉଭୟ ଷ୍ଟାର ପରସ୍ପରଙ୍କୁ ଡେଟ୍‌ କରୁଥିଲେ ହେଁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଏବେ ଦୁହିଁଙ୍କୁ ନେଇ ଚଳଚ୍ଚିତ୍ର ପ୍ରେମୀମାନେ ବିଭିନ୍ନ ସ୍ଥାନରେ ଆଲୋଚନା କରୁଥିବା ବେଳେ ଭିକି ଓ କ୍ୟାଟ୍‌ଙ୍କର ଏକ ନୂଆ ଫଟୋ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅଲ୍ଲୀ ଅବ୍ବାଜ ଜଫରଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ସାମିଲ ଥିଲେ। ସମସ୍ତଙ୍କ ନଜର ଥିଲା ଭିକି ଓ କ୍ୟାଟ୍ରିନାଙ୍କ ଉପରେ। ପାର୍ଟିର ଫଟୋ ଇନ୍‌ଷ୍ଟାରେ ସେୟାର କରାଯାଇଛି। ଗତ ବର୍ଷରୁ ଉଭୟଙ୍କ ଡେଟିଂ ଖବର ଶୁଣିବାକୁ ମିଳୁଛି।

ହରଲୀନ ଓ ଭିକିଙ୍କ ବ୍ରେକ୍‌ଅପର କାରଣ କ୍ୟାଟ୍ରିନା ବୋଲି କେତେଜଣ କହୁଥିଲେ। ହେଲେ ଏଯାଏଁ ସ୍କ୍ରିନ୍‌ରେ ଭିକି ଓ କ୍ୟାଟ୍ରିନାଙ୍କୁ ଦେଖାଯାଇନାହିଁ। ‘କଫି ୱିତ୍‌ କରନ’ ଶୋ’ର ଏକ ଏପିସୋଡ୍‌ରେ କ୍ୟାଟ୍ରିନା ଓ ବରୁନଙ୍କୁ ଡକାଯାଇଥିଲା। ସେଠାରେ କ୍ୟାଟ୍‌ କହିଥିଲେ ସ୍କ୍ରିନ୍‌ରେ ତାଙ୍କର ଓ ଭିକିଙ୍କ ଯୋଡି ବହୁତ ଭଲ ଲାଗିବ।

ଏହାପରଠୁ ଦର୍ଶକ ଉଭୟଙ୍କୁ ପରଦାରେ ଏକାଠି ଦେଖିବା ପାଇଁ ବେଶ ଉତ୍ସାହିତ। ଏବେ ଭିକିଙ୍କ ପାଖରେ ୩ଟି ବଡ ପ୍ରୋଯେକ୍ଟ ରହିଛି। ଅପକମିଂ ଫିଲ୍ମ, ଭୂତ ପାର୍ଟ ୱନ: ଦ ହଣ୍ଟେଡ୍‌ ଶିପ୍‌, ତଖ୍ତ ଓ ସରଦାର ଉଧମ ସିଂହରେ ଭିକି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପରପକ୍ଷରେ କ୍ୟାଟ୍ରିନା ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ।

Leave a Reply

Your email address will not be published. Required fields are marked *