Wed. Feb 26th, 2020

ପୁଣି ଥରେ ମା’ ହେବେ ଐଶ୍ଵର୍ଯ୍ୟା ରାୟ!

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ପୁଣି ଥରେ ମା’ ହେବେ। ସେ ଗର୍ଭବତୀ ଅଛନ୍ତି। ସ୍ଵାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ଟୁଇଟ୍ କୁ ନେଇ ଐଶ୍ଵର୍ଯ୍ୟାଙ୍କ ପ୍ରଶଂସକମାନେ ଏଭଳି ଚର୍ଚ୍ଚା ଆରମ୍ଭ କରିଛନ୍ତି।

ଜାନୁଆରି ୨୧ତାରିଖ‌ ସକାଳେ ସମୟରେ ଭାଇରାଲ ହୋଇଥିଲା ଅଭିଷେକଙ୍କ ଟୁଇଟ୍। ଯେଉଁଥିରେ ଲେଖାଥିଲା, ଆପଣ ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ୍ ରହିଛି। ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ସେ ଏଭଳି ସରପ୍ରାଇଜ୍ ଦେବା କଥା କହିବା ପରେ ପ୍ରଶଂସକମା‌ନେ ଐଶ୍ଵର୍ଯ୍ୟା ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସରପ୍ରାଇଜ୍ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଅଭିଷେକଙ୍କ ଆଗାମୀ ଫିଲ୍ମ ‘ଝୁଣ୍ଡ’ର ଟ୍ରେଲର ରିଲିଜ୍ ବିଷୟରେ ସେ କହିଥାଇ ପାରନ୍ତି ବୋଲି ମଧ୍ୟ କେତେକ ଚର୍ଚ୍ଚା କରୁଛନ୍ତି। ପୂର୍ବରୁ ଐଶ୍ଵର୍ଯ୍ୟା ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚା ‌ହୋଇଥିଲା। ପରେ ଐଶ୍ଵର୍ଯ୍ୟା ଓ ଅଭିଷେକ ଏହାକୁ ଗୁଜବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ୨୦୦୭ରେ ଦୁହିଁଙ୍କର ବିବାହ ହୋଇଥିଲା। ୨୦୧୧ରେ ଜନ୍ମ ହୋଇଥିଲା ଝିଅ ଅରାଧ୍ୟା।

Leave a Reply

Your email address will not be published. Required fields are marked *