April 7, 2020

ଡ୍ୟାନ୍ସରେ ଚର୍ଚ୍ଚାରେ ରହିଥିବା ଲଭ୍‌ଲି ଡାକ୍ତରଖାନାରେ ଦେଖାଇଲେ କରିସ୍ମା

ଭୁବନେଶ୍ଵର : ଖଣ୍ଡଗିରି ଯାତ୍ରା ଉତ୍ସବରେ ହଟ୍‌ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ଲଭ୍‌ଲି ଡାକ୍ତରଖାନାରେ ବି ନିଜର କରିସ୍ମା ଦେଖାଇଛନ୍ତି। ତାଙ୍କର ଅସ୍ୱାଭାବିକ ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ଖବର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁରରେ ଗତ ଶୁକ୍ରବାର ରାତିରେ ‘ଯାତ୍ରା ସୂର୍ଯ୍ୟ ମନ୍ଦିର’ର ଶୋ’ ଚାଲିଥିଲା। ଯାତ୍ରା ପୂର୍ବରୁ ରେକର୍ଡ଼ ଡ୍ୟାନ୍ସ କରିବାକୁ ପେଣ୍ଡାଲରେ ଯାଇଥିଲେ ଲଭ୍‌ଲି। କିନ୍ତୁ ଡ୍ୟାନ୍ସ ଚାଲିଥିବା ବେଳେ ହଠାତ ଲଭ୍‌ଲି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାନ୍ତି ହେଉଥିବାରୁ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସାଲାଇନ୍‌ ଓ ଔଷଧ ଦେଇଥିଲେ।

ଏହା ପୂର୍ବରୁ ଅର୍ଥାତ ମେଡିକାଲ୍‌ରେ ଲଭ୍‌ଲି ଆରମ୍ଭ କରିଦେଇଥିଲେ ଡ୍ରାମା। ସେ କଣ କହୁଥିଲେ ଜାଣିପାରୁ ନଥିଲେ। କେତେବେଳେ ମେଡିକାଲ୍‌ ବେଡ୍‌କୁ ଟାଣୁଥିଲେ ତ ଆଉ କେତେବେଳେ କହୁଥିଲେ- ମୁଁ ଲେଡିସ୍‌ ମୋ ଦେହରେ କିଏ ହାତ ଦେବ ଦେଖିବା…। ଏମିତିକି ସାମ୍ନାରେ ଛିଡ଼ା ହୋଇଥିବା ଲୋକଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଥିଲା। ଏଭଳି ଆଚରଣ ଓ ବ୍ୟବହାରରୁ ଲଭ୍‌ଲି ନିଶା ସେବନ କରିଥିବା ଅନୁମାନ କରାଯାଉଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ମାତ୍ର ଏନେଇ ଲଭ୍‌ଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବେଶୀ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ବଦହଜମି ଯୋଗୁଁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମେଡିକାଲ୍‌ରେ ଯାହା କିଛି ଘଟିଛି, ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *