April 7, 2020

ଅକ୍ଷରା ସିଂହଙ୍କ ଡ୍ୟାନ୍ସ ଦେଖିବା ପାଇଁ ମାରପିଟ୍

ନୁଆଦିଲ୍ଲୀ : ଭୋଜପୁରୀ ସିନେ ଅଭିନେତ୍ରୀ ଅକ୍ଷରା ସିଂହଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ହଙ୍ଗାମା କରିଛନ୍ତି। କଲ୍ୟାଣପୁରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଲୋକମାନେ ମାରପିଟ୍ ସହିତ ଚେୟାର ଫିଙ୍ଗା ଫୋପଡା କରିବାରୁ ଅନେକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ମୋତିହାରୀ ସଦର ହସ୍ପିଟାଲ ଭର୍ତ୍ତି କରାଯାଇଥିବା ବେଳେ ଡ୍ୟାନ୍ସ ଅଧାରୁ ରୋକିବାକୁ ପଡିଥିଲା।

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅକ୍ଷରା ସିଂହ ଓ ପବନ ସିଂହଙ୍କ ଆଫେୟାର ଚର୍ଚ୍ଚାରେ ରହିଛି। ଫ୍ୟାନ୍ସ ଉଭୟଙ୍କ ବିବାହକୁ ଅପେକ୍ଷା କରି ରହିଥିବା ବେଳେ ଉଭୟଙ୍କ ବ୍ରେକଅପ୍ ହୋଇଗଲା। ବ୍ରେକଅପ୍ ପରେ ମାମଲା ପୋଲିସ ପର୍ଯ୍ୟନ୍ତ ଯାଇଥିଲା। ଅକ୍ଷରା ସିଂହ ସୁପରଷ୍ଟାର୍ ପବନ ସିଂହଙ୍କ ବିରୋଧରେ ଆକ୍ରମଣର କରଥିବା ଅଭିଯୋଗ ଲଗାଇଥିଲେ। ଏହା ବ୍ୟତୀତ ଅକ୍ଷରା ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ତାଙ୍କ ଉପରେ ଆପତ୍ତିଜନକ ଫଟୋ, କମେଣ୍ଟ ଓ ଭିଡିଓ ପୋଷ୍ଟ କରିଥିଲେ।

Leave a Reply

Your email address will not be published. Required fields are marked *