ସଲ୍‌ମାନ୍‌ ଓ ଭିଣୋଇ ଆୟୁଷଙ୍କୁ ପରଦାରେ ଦେଖିବେ ଦର୍ଶକ

ମୁମ୍ୱାଇ : ଫିଲ୍ମ ‘ରାଧେ’ରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ଏହି ଫିଲ୍ମ ଇଦ୍‌ରେ ରିଲିଜ୍ ହେବ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ସଲ୍‌ମାନ୍ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମା ଏକାଠି ଗୋଟିଏ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ରହିବ ଗ୍ୟାଙ୍ଗ୍‌ଷ୍ଟରର କାହାଣୀ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ହେଁ ଆୟୁଷଙ୍କ ସଦ୍ୟ ଫଟୋ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଆୟୁଷ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେଆର୍ କରିଛନ୍ତି। ଏଥିରେ ତାଙ୍କ ଲୁକ୍ ଦେଖି ଜଣାପଡ଼ୁଛି ଏହା କୌଣସି ଆକ୍ସନ ଭିତ୍ତିକ ଫିଲ୍ମ ପାଇଁ ପ୍ରସ୍ତୁତି। ତେବେ ଆଲୋଚନା ହେଉଥିବା ଗ୍ୟାଙ୍ଗଷ୍ଟର ଫିଲ୍ମ ପାଇଁ ସେ ଏହି ପ୍ରସ୍ତୁତି କରୁଥାଇ ପାରନ୍ତି। ଏହି ପ୍ରୋଜେକ୍ଟଟି ବହୁ ଦିନର ହୋଇଥିଲେ ମଧ୍ୟ କୌଣସି କାରଣରୁ ଆଜିଯାଏ ଆଗେଇ ପାରି ନଥିଲା।

ମତାମତ ଦିଅନ୍ତୁ ।