ଅଭିନେତ୍ରୀ ଅନୁଷ୍କାଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା

ମୁମ୍ବାଇ : ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କ ବିବାହ କାହା ସହିତ ହେବ। କିଛିଦିନ ହେଲା ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। କଥା ଉଠିଛି ତେଲଗୁ ଅଭିନେତା ତଥା ‘ବାହୁବଳୀ’ ଫିଲ୍ମ ନାୟକ ପ୍ରଭାସଙ୍କୁ ସେ ବିବାହ କରିବେ। ଆଉ କେତେବେଳେ କ୍ରିକେଟ୍‌ ଖେଳାଳୀଙ୍କ ନାଁ ସହିତ ତାଙ୍କ ନାମକୁ ଯୋଡାଯାଉଛି। ଏହି ଗୁଜବକୁ ନେଇ ନିଜ ମତ ଦେଇ ଆସିଛନ୍ତି ଅନୁଷ୍କା। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ନିର୍ଦ୍ଦେଶକ ପ୍ରକାଶ କୋଭେଲାମୁଡିଙ୍କ ସହିତ ତାଙ୍କର ବିବାହ ହେଉଥିବା କୁହାଯାଇଥିଲେ ହେଁ ଚୁପ୍‌ ରହୁଛନ୍ତି। ଫ୍ୟାନ୍‌ମାନେ ଅଭିନେତ୍ରୀ ଅନୁଷ୍କାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ମଧ୍ୟ ସେ କୋଣସି ପ୍ରତିକ୍ରିୟା ଦେଇନାହାନ୍ତି।

ତେଲଗୁର ଲୋକପ୍ରିୟ ନିର୍ଦ୍ଦେଶକ କେ. ରାଘେବେନ୍ଦ୍ର ରାଓଙ୍କ ପୁଅ ହେଉଛନ୍ତି ପ୍ରକାଶ କୋଭେଲାମୁଡି। ପ୍ରକାଶ ବଲିଉଡ୍‌ ଫିଲ୍ମ ‘ଜଜ୍‌ମେଣ୍ଟାଲ ହୈ କ୍ୟା’ର ନିର୍ଦ୍ଦେଶକ ଥିଲେ। ୨୦୧୫ରେ ତାଙ୍କ ତେଲଗୁ ଫିଲ୍ମ ‘ସାଇଜ୍‌ ଜିରୋ’ରେ ଅନୁଷ୍କା ନାୟିକା ହୋଇଥିଲେ।

ମତାମତ ଦିଅନ୍ତୁ ।