ବିବାହ କରିବାକୁ ଯାଉଛନ୍ତି ସ୍ୱପ୍ନା ଚୌଧୁରୀ

ହରିୟାଣା : ହରିୟାଣାର ସ୍ୱପ୍ନା ଚୌଧୁରୀ ଜଣେ ଭଲ ସିଙ୍ଗର ଓ ଡ୍ୟାନ୍ସର। ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ସ୍ୱପ୍ନା ହରିୟାଣାର ବୀର ସାହୁ ନାମକ ଯୁବକଙ୍କୁ ଡେଟ କରୁଥିଲେ। ତାଙ୍କୁ ହିଁ ବିବାହ କରିବେ। ବୀର ଗୀତ ଗାଇବା ସହ ଅଭିନୟ ମଧ୍ୟ କରନ୍ତି।

ଏକ ସାକ୍ଷାତକାରରେ ବୀରଙ୍କୁ ନେଇ ସ୍ୱପ୍ନା ଅନେକ ପ୍ରଶଂସା କରିଥିଲେ। ସେ କହିଥିଲେ ବୀର ବହୁତ ଭଲ ମଣିଷ। ୨୦୧୫-୧୬ ମସିହାରେ ଏକ ଆୱାର୍ଡ ଶୋ’ରେ ତାଙ୍କ ସହିତ ପ୍ରଥମ ଦେଖା ହୋଇଥିଲା। ଦ୍ୱିତୀୟଥର ଏକ ଆୱାର୍ଡ ଶୋ’ରେ ହୋଇଥିଲା ସାକ୍ଷାତ। କିନ୍ତୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରିନଥିଲା। ତୃତୀୟ ଦେଖାରେ କଥା ହୋଇଥିଲେ। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ଅଧିକ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ବନ୍ଧୁତ୍ୱ ପରିଣତ ହୋଇଥିଲା ପ୍ରେମରେ। ସ୍ୱପ୍ନା ଓ ବୀରଙ୍କ ନିର୍ବନ୍ଧ ହୋଇସାରିଛି ବୋଲି ଶୁଣିବାକୁ ମିଳିଛି। ହେଲେ ସ୍ୱପ୍ନା ନିର୍ବନ୍ଧକୁ ନେଇ କୌଣସି ଖୁଲାସା କରିନଥିଲେ ହେଁ ବାହାଘର ଚର୍ଚ୍ଚା ଏବେ ସୋସିଆଲ ମିଡ଼ିଆରେ ଚାଲିଛି।

ସେହିପରି ଏକ ସାକ୍ଷାତକାରରେ ବୀର କହିଛନ୍ତି ସ୍ୱପ୍ନା ତାଙ୍କ ପାଇଁ ଆଉ ସ୍ଵପ୍ନ ହୋଇନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଉଭୟ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ପ୍ରଶଂସକ ସ୍ୱପ୍ନାଙ୍କ ବିବାହକୁ ନେଇ ଉତ୍ସାହିତ ଥିବାବେଳେ ସେ ଏପର୍ଯ୍ୟନ୍ତ ମତ ସ୍ପଷ୍ଟ କରିନାହାନ୍ତି।

ମତାମତ ଦିଅନ୍ତୁ ।