April 3, 2020

ଐଶର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଅଭିନେତ୍ରୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଭଳି ଦେଖାଯାଉଥିବା ଏଇ ମରାଠୀ ଅଭିନେତ୍ରୀଙ୍କ ନାଁ ମାନସୀ ନାଇକ୍। ସେ ସବୁବେଳେ ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଇଣ୍ଟରନେଟରେ ମାନସୀଙ୍କ ଅନେକ ଫଟୋ ଭାଇରାଲ ହେଉଛି। ତାଙ୍କ ଲୁକ୍ ଅବିକଳ ଐଶର୍ଯ୍ୟାଙ୍କ ପରି ଲାଗୁଛି। ୟୁଜର୍ସଙ୍କୁ ତାଙ୍କର ଏହି ଲୁକ୍ ବେଶ୍ ପସନ୍ଦ କରୁଛନ୍ତି। ୨୦୦୫ ରେ ଆସିଥିବା ଫିଲ୍ମ ‘ଲକି’ରେ ସଲମାନଙ୍କ ଅପୋଜିଟରେ ନଜର ଆସିଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ ନେଇ ମଧ୍ୟ ଏହି ଧାରଣା ହୋଇଥିଲା। ସେ ବି ଦେଖିବାକୁ ଐଶର୍ଯ୍ୟାଙ୍କ ଭଳି। କିନ୍ତୁ ତେବେ ଠିକ ମାନସୀ ଐଶର୍ଯ୍ୟାଙ୍କ ଭଳି ନଜର ଆସନ୍ତି। ତାଙ୍କର ଭାଇରାଲ ହୋଇଥିବା ଫଟୋ ଓ ଭିଡିଓ ଦର୍ଶକଙ୍କ ମନରେଐଶର୍ଯ୍ୟାଙ୍କ ଭ୍ରମ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *