April 3, 2020

ଫିଲ୍ମ ‘କାମସୂତ୍ର’ର ଅଭିନେତ୍ରୀ ଏବେ କରୋନାରେ ଆକ୍ରାନ୍ତ

ମୁମ୍ବାଇ : ଭାରତରେ ଜନ୍ମିତ ଫିଲ୍ମ ‘କାମସୂତ୍ର, ଏ ଟେଲ୍‌ ଅଫ ଲଭ୍‌’ର ଅଭିନେତ୍ରୀ ଇନ୍ଦିରା ବର୍ମା କରୋନା ସଂକ୍ରମିତ ହୋଇଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହି ସୂଚନା ଦେଇଛନ୍ତି। ୧୯୯୬ରେ ‘କାମସୂତ୍ର’ ଏ ଟେଲ୍‌ ଅଫ ଲଭ୍‌’ ସିନେମା ମାଧ୍ୟମରେ ସେ ହଲିଉଡରେ ପାଦ ରଖିଥିଲେ। ୪୬ ବର୍ଷୀୟା ଇନ୍ଦିରା ଲୋକପ୍ରିୟ ୱେବସିରିଜ ଗେମ୍‌ ଅଫ୍‌ ଥ୍ରୋନ୍ସରେ ଅଭିନୟ କରି ବେଶ୍‌ ଖ୍ୟାତି ହାସଲ କରିଛନ୍ତି। ପୂର୍ବରୁ ଗେମ୍‌ ଅଫ୍‌ ଥ୍ରୋନ୍ସର ଅଭିନେତା କ୍ରିଷ୍ଟୋଫର ହିଭଜୁ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ବର୍ତ୍ତମାନ ଇନ୍ଦିରା ଚିକିତ୍ସିତ ହେଉଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ମୁଁ ଏବେ କରୋନା ସହ ଶଯ୍ୟାରେ ଶୋଇଛି। ଏହା ଆଦୌ ବି ଭଲ ଲାଗୁନି। ଆପଣଙ୍କୁ ଅନୁରୋଧ ଆପଣ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ନିଜ ଘନିଷ୍ଠ ଲୋକମାନଙ୍କର ଯତ୍ନ ନିଅନ୍ତୁ। ଇନ୍ଦିରାଙ୍କ ପିତା ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ତାଙ୍କ ମା’ ସୁଇଜରଲ୍ୟାଣ୍ଡର ବାସିନ୍ଦା।

Leave a Reply

Your email address will not be published. Required fields are marked *