April 3, 2020

ବଲିଉଡ ସିଙ୍ଗର କନିକା କରୋନା ପଜିଟିଭ୍

ନୂଆଦିଲ୍ଲୀ : ବଲିଉଡ୍ ଗାୟିକା କନିକା କପୁରଙ୍କ ଦ୍ୱିତୀୟଥର ନମୁନା ପରୀକ୍ଷଣରେ ସେ କରୋନାରେ ସଂକ୍ରମିତ ବୋଲି ଥିବା ଜଣାପଡ଼ିଛି। ତାଙ୍କୁ ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟିରେ ଆଇସୋଲେସନରେ ରଖାଯାଇଥିଲା।

କନିକା କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଜଣାପଡ଼ିବା ପରଠାରୁ ବିବାଦରେ ରହିଛନ୍ତି। ସଂକ୍ରମିତ ବୋଲି ଲୁଚାଇବା ଓ ଚିକିତ୍ସାରେ ଡାକ୍ତରଙ୍କୁ ଅସହଯୋଗ କରିବା ଅଭିଯୋଗ ତାଙ୍କ ନାଁ’ରେ ଉଠିଛି। ଇତିମଧ୍ୟରେ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଜିପିଜିଆଇ)ଠାରେ କନିକାଙ୍କ ଦ୍ୱିତୀୟ ଥର ନମୁନା ପରୀକ୍ଷା କରାଯାଇଥିଲା। ଆଉ ଜଣାପଡିଛି ସେ କରୋନାରେ ସଂକ୍ରମିତ। ଚିକିତ୍ସାର କୌଣସି ପ୍ରକାର ପ୍ରଭାବ ତାଙ୍କ ଉପରେ ପଡ଼ିନାହିଁ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚିକିତ୍ସା ସମୟରେ କନିକା ଜଣେ ତାରକାଙ୍କ ଭଳି ନଖରା ଦେଖାଇ ଡାକ୍ତରଙ୍କୁ ଅସହଯୋଗ କରୁଥିଲେ। ସେହିପରି କନିକାଙ୍କ ରିପୋର୍ଟରେ ତଥ୍ୟ ଏପଟସେପଟ ଥିବାରୁ ବିବାଦ ଉପୁଜିଥିଲା। ରିପୋର୍ଟରେ କନିକାଙ୍କୁ ପୁରୁଷ ବୋଲି ଲେଖାଯାଇଥିବା ବେଳେ ତାଙ୍କ ବୟସ 28 ବୋଲି ଦର୍ଶାଯାଇଥିଲା। ଏପରି ବ୍ୟତିକ୍ରମ ଯୋଗୁ କନିକା କରୋନା ସଂକ୍ରମିତ କି ନୁହେଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *