April 3, 2020

ହ୍ରିତିକ୍‌ଙ୍କ ସହ ଏକାଠି ରହିବାକୁ ଆସିଲେ ସୁସାନ୍‌

ମୁମ୍ବାଇ : ବଲିଉଡ ଅଭିନେତା ହ୍ରିତିକି ଓ ପତ୍ନୀ ସୁସାନ୍‌ଙ୍କ ମଧ୍ୟରେ ୨୦୧୪ ମସିହାରେ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ ବିଭିନ୍ନ ସମୟରେ ଦୁହିଁଙ୍କୁ ଲଞ୍ଚ ଓ ଡିନର୍‌ ଓ ଫ୍ୟାମିଲି ହଲିଡେଜ୍‌ରେ ଏକାଠି ଦେଖିବାକୁ ମିଳୁଥିଲା। ଏବେ ପୁଣି ଏକାଠି ହୋଇଛନ୍ତି ହ୍ରିତିକ ରୋଶନ ଓ ସୁସାନ୍‌ ଖାନ୍‌। ସୁସାନ୍‌ କହିଛନ୍ତି ଲକ୍ ଡାଉନ୍‌ ଯୋଗୁଁ ସେ କିଛି ଦିନ ଏକାଠି ରହିବା ପାଇଁ ଆସିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏ ବିଷୟରେ ସୂଚନା ଦେଇଛନ୍ତି ହ୍ରିତିକ୍। ତାଙ୍କର ଦୁଇଟି ପୁଅ ଅଛନ୍ତି। ସେମାନେ ହେଲେ ହ୍ରେହାନ୍‌ ,ହ୍ରିଧନ୍‌। କରୋନା ପାଇଁ ସାରା ଭାରତକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସୁସାନ୍‌ ତାଙ୍କୁ ସାହାରା ଦେବାକୁ ଆସିଥିବାରୁ ହ୍ରିତିକ୍‌ ସେଥିପାଇଁ ଧନ୍ୟବାଦ ଦେଇଛନ୍ତି। କେବଳ ସେତିକି ନୁହେଁ କରୋନା ସମୟରେ ମନୋବଳ ବଢାଇବା ପାଇଁ ସୁସାନ୍‌ ଆସିଥିବାରୁ ଏହା ସନ୍ତାନମାନଙ୍କୁ ଏକ ଭଲ ସନ୍ଦେଶ ଦେବ ବୋଲି ହ୍ରିତିକି ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *