କନିକାଙ୍କ କରୋନା ରିପୋର୍ଟ ନେଗେଟିଭ୍

Breaking News ମନୋରଞ୍ଜନ

ନୂଆଦିଲ୍ଲୀ : ବଲିଉଡ୍ ଗାୟିକା କନିକା କପୁରଙ୍କ ନମୁନା ଏବେ କରୋନା ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଏସଜିପିଆଇଏମଏସ)ରେ ଚିକିତ୍ସିତ ହେଉଛନ୍ତି। କନିକାଙ୍କ ଶେଷ କରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି। ରିପୋର୍ଟ ନେଗେଟିଭ ସତ୍ତ୍ୱେ ସେ ଆଉ କିଛିଦିନ ହସ୍ପିଟାଲରେ ରହିବେ। ରିପୋର୍ଟ ଆଉଥରେ ନେଗେଟିଭ୍ ଆସିଲେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ମତାମତ ଦିଅନ୍ତୁ ।