ବାହାହେଲେ ତେଲୁଗୁ ସୁପରଷ୍ଟାର ନିଖିଲ ସିଦ୍ଧାର୍ଥ

ମୁମ୍ବାଇ : କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ସମୟରେ ବିବାହ କରିଛନ୍ତି ତେଲୁଗୁ ସୁପରଷ୍ଟାର ନିଖିଲ ସିଦ୍ଧାର୍ଥ। ତାଙ୍କ ବିବାହର ଫଟୋ ଭାଇରାଲ୍ ହୋଇଛି। ୨୦୦୭ ମସିହାରେ ‘ହ୍ୟାପ୍ପି ଡେସ’ ଫିଲ୍ମରୁ ସଫଳତା ପାଇଥିବା ସିଦ୍ଧାର୍ଥ ଡାକ୍ତର ପଲ୍ଲବୀ ଶର୍ମାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଥିଲେ ତାଙ୍କ ପ୍ରେମିକା।

ଇନଷ୍ଟାଗ୍ରାମ​ରେ ମଙ୍ଗନର କିଛି ଫଟୋ ସେ ସେୟାର କରିଛନ୍ତି। ସିଦ୍ଧାର୍ଥ ବିବାହ ପୂର୍ବରୁ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ। କ୍ୟାପସନ୍ ଲେଖିଥିଲେ ପଲ୍ଲବୀ ଆଣ୍ଡ ନିଖିଲ ମାସ୍କ ହିଅର, ସାନିଟାଇଜର୍ସ ଦେୟାର, ଲଭ ଏଭରି ହ୍ଵେୟାର। ସିଲଭର ସ୍କ୍ରିନ୍ ସେଲବ୍ରିଟିଜ ନାମକ ଏକ ଫ୍ୟାନ୍ ପେଜ ଅଭିନେତାଙ୍କ ବିବାହ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଅତିଥିଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ମତାମତ ଦିଅନ୍ତୁ ।