ଏହି ଅଭିନେତ୍ରୀ ଘର ଚଳାଇବା ପାଇଁ କଲ୍‌ ସେଣ୍ଟରରେ କାମ କରୁଥିଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌ ଏବେ ବେଶ ଲୋକପ୍ରିୟ। ସୁନ୍ଦର ପରଫରମାନ୍ସପାଇଁ ଦର୍ଶକ ତାଙ୍କୁ ପସନ୍ଦ କରୁଛନ୍ତି।

ଅଭିନେତ୍ରୀ ଜରୀନ୍‌ଙ୍କର ବଲଉଡ୍‌ ସହିତ କୌଣସି ସଂପର୍କ ନଥିଲେ ମଧ୍ୟ ‘ବୀର’ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ଏବେ ଜରୀନ୍‌ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ‘ରେଡି’ ଫିଲ୍ମର ଗୀତ ‘କରେକ୍ଟର ଢ଼ିଲା’ରେ ସେ ନଜର ଆସିଥିଲେ। ପ୍ରଶଂସକମାନେ ତାଙ୍କୁ ବହୁତ କରିଥିଲେ ପସନ୍ଦ। ଜରୀନ୍‌ ବଲଉଡ୍‌ ଇଣ୍ଡଷ୍ଟ୍ରୀରେ ଏବେ ଅଭିନୟ କରିବାର ପାଖାପାଖି ୧୦ ବର୍ଷ ହୋଇଗଲାଣି। ତାଙ୍କର ପରଫରମାନ୍ସ ଦର୍ଶକଙ୍କ ମନକୁ ଛୁଇଁଛି। କିନ୍ତୁ ଆଜି ସେ ଯେଉଁ ସଫଳତା ପାଇଛନ୍ତି ତାହା ସହଜରେ ମିଳିନି। ଏଥିପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜର ବ୍ୟକ୍ତିଗତ କଥା ବିଷୟରେ କହିଥିଲେ। ତାଙ୍କ ପିତା ତାଙ୍କ ପରିବାରକୁ ଛାଡ଼ି ଚାଲିଗଲା ପରେ ମା’ ଓ ଭଉଣୀଙ୍କ ଦାୟିତ୍ୱ ତାଙ୍କୁ ହିଁ ନେବାକୁ ପଡ଼ିଥିଲା। ସେ କହିଛନ୍ତି ଦିନେ ସନ୍ଧ୍ୟାରେ ଆମ ଜୀବନର ନୂଆ ମୋଡ୍‌ ଆସିଥିଲା। ପିତା ଆମକୁ ଛାଡ଼ି ଚାଲିଯାଇଥିଲେ। ଆମ ପାଖରେ କିଛି ବି ପଇସା ନଥିଲା। କାରଣ ଆମର ପୂର୍ବରୁ କିଛି ଧନସମ୍ପତ୍ତି ନଥିଲା।

ଜରୀନ୍‌ କହିଛନ୍ତି ମୋର ମନେଅଛି ଆମେ ଏକ ଫ୍ୟାମିଲ୍‌ ଫଙ୍କସନକୁ ଯାଇଥିଲୁ। ସେଠାରେ ମୋ ମାଆ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସେଦିନ ମାଆଙ୍କୁ ବୁଝାଇଥିଲି। ଆଉ କହିଥିଲି ଘରର ଦାୟିତ୍ୱ ନେବି। ଏ କଥା କହିଦେଲି ସିନା କିନ୍ତୁ କ’ଣ କରିବି ଜାଣିପାରୁନଥିଲି। ଫିଲ୍ମ ‘ହାଉସ୍‌ ଫୁଲ୍‌ -୨’ ରେ ନଜର ଆସିଥିବା ଏହି ଅଭିନେତ୍ରୀ କହିଛନ୍ତି ୧୨ତମ କ୍ଲାସ୍‌ ପାସ୍‌ କରିସାରିବା ପରେ ମୋତେ ପରିବାର ଚଳାଇବାକୁ ଏକ କଲ୍‌ ସେଣ୍ଟରରେ କାମ କରିବାକୁ ପଡ଼ିଥିଲା। ମୋ ଭଉଣୀ ସେହି ସମୟରେ ପାଠ ପଢ଼ୁଥିଲା। ମୋର ଓଜନ ପାଖାପାଖି ୧୦୦କେଜି। ଯାହାକୁ ନେଇ ମୁଁ ଚିନ୍ତୁତ ଥିଲି। ଏହାପରେ  ମୁଁ ୫୨ କିଲୋ ଓଜନ କମାଇବାରେ ସଫଳ ହୋଇଥିଲି। ମୁଁ ଖୁସି ଯେ ଆମେ ଏହି କଠିନ ସମୟରେ ବାହାରକୁ ବାହାରିଥିଲୁ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।