ଭିକ୍କିଙ୍କ ଚାର୍ଲି ଅବତାର, ଚିହ୍ନି ପାରିଲେନି ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏପରି କମ୍ ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯାହାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥାଏ । ସେପରି ଜଣେ ଅଭିନେତା ହେଉଛନ୍ତି ବଲିଉଡ଼୍‌ର ହ୍ୟାଣ୍ଡସମ୍ ହଙ୍କ ଭିକ୍କି କୌଶଲ । ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତୁଥିବା ଭିକ୍କି ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ କରି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ଏବେ ଭିକ୍କିଙ୍କ ଏଭଳି ଏକ ପୋଷ୍ଟ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।


ଭିକ୍କି ମହାନ କମେଡ଼ିଆନ ଚାର୍ଚି ଚାପଲିନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବାର ତରିକା ସମ୍ପୂର୍ଣ୍ଣ ନିଆରା ରହିଛି । ଭିକ୍କି ନିଜ ଇନଷ୍ଟା ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ପ୍ରଥମେ ଲୋକମାନେ ଚାର୍ଲି ଚାପଲିନ୍ ବୋଲି ଭାବିଥିଲେ । ପରେ ଏହାକୁ ନିରିଖେଇ ଦେଖିଲେ ଜାଣି ପାରିବେ ଯେ, ଏହି ଫଟୋରେ ଭିକ୍କି ବସିଛନ୍ତି । ଫଟୋର ତଳେ ଭିକ୍କି “ସବୁଠୁ ମହାନ କଳାକାର” ବୋଲି ଲେଖିଛନ୍ତି । ଭିକ୍କିଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ମତାମତ ଦିଅନ୍ତୁ ।