ଏହି ଅଭିନେତାଙ୍କୁ କରାଯାଉଛି ଅଜବ ପ୍ରକାରର ଡିମାଣ୍ଡ

ମୁମ୍ବାଇ: ଲକ୍‌ଡାଉନ୍ ଯୋଗୁଁ ଅନେକ ସ୍ଥାନରେ ଲୋକମାନେ ଫସି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସରକାର ସେମାନଙ୍କୁ ଟ୍ରେନ୍ ଓ ବସ୍ ମାଧ୍ୟମରେ ପଠାଇବାରେ ସହଯୋଗ କରୁଥିବାବେଳେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏଥିରେ ସକ୍ରିୟତା ଦେଖାଇଛନ୍ତି । ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସହ ବସ୍ ମାଧ୍ୟମରେ ସେମାନଙ୍କୁ ଘରକୁ ପଠାଉଛନ୍ତି । ଏଥିପାଇଁ ଗତ କିଛି ଦିନ ଧରି ସୋନୁଙ୍କୁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ପ୍ରଶଂସା କରାଯାଉଛି । ଏହା ସହ କେତେକ ଲୋକ ତାଙ୍କୁ ଟୁଇଟ୍ ମାଧ୍ୟମରେ ସାହାଯ୍ୟ ପାଇଁ ଅନୁରୋଧ କରୁଥିବା ଦେଖାଯାଇଛି । ତେବେ ତାଙ୍କୁ ଟୁଇଟ୍‌ରେ ଅନେକ ଲୋକ ମଦ ଠାରୁ ଆରମ୍ଭ କରି ଗାର୍ଲଫ୍ରେଣ୍ଡଙ୍କୁ ଭେଟିବା ନେଇ ଅଜବ ପ୍ରକାରର ଅନୁରୋଧ ମିଳୁଥିବା ଦେଖାଯାଇଛି ।
ବିହାର ଜଣେ ଯୁବକ ସୋନୁଙ୍କୁ ଟୁଇଟ୍ କରି କହିଲେ ଯେ, ‘ସୋନୁ ଭାଇ ଥରେ ଗାର୍ଲଫ୍ରେଣ୍ଡଙ୍କ ସହ ଭେଟ କରାଇ ଦିଅନ୍ତୁ, ବିହାର ଯିବାର ଅଛି’ । ସୋନୁ ମଧ୍ୟ ତାଙ୍କ ଟୁଇଟ୍‌ର ଉତର ମଜାଦାର ଭାବେ ଦେଇ ଲେଖିଲେ ଯେ, ‘କିଛି ଦିନ ଦୁରରେ ରହି ଦେଖ …..ପ୍ରେମର ପରୀକ୍ଷା ହୋଇଯିବ । ଏହା ସହ ସୋନୁ ହସୁଥିବା ଇମୋଜି ମଧ୍ୟ ସେୟାର କରିଥିଲେ ।


ଏହା ପୂର୍ବରୁ ଜଣେ ବ୍ୟକ୍ତି ମଦ ଦୋକାନକୁ ଯିବା ପାଇଁ ସୋନଙ୍କ ଟୁଇଟ୍ କରି ଲେଖିଥିଲେ ‘ସୋନୁ ଭାଇ ନିଜ ଘର ଭିତରେ ବନ୍ଦ ରହିଛି । ମୋତେ ଟିକେ ମଦ ଦୋକାନ ପର୍ଯ୍ୟନ୍ତ ପହଂଚାଇ ଦିଅନ୍ତୁ ।’ ଏହାର ଜବାବରେ ସୋନୁ କହିଥିଲେ ‘ଭାଇ ମଦ ଦୋକାନରୁ ଘରକୁ ପହଂଚାଇ ଦେଇ ପାରିବି । ଦରକାର ପଡ଼ିଲେ କହିଦେବ ।’ ଅନ୍ୟଜଣେ ବ୍ୟକ୍ତି ସୋନୁଙ୍କ କାର୍ଯ୍ୟରେ ଖୁସି ହୋଇ ଟୁଇଟ୍ କରିବା ସହ ଲେଖିଥିଲେ ଯେ, ‘ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ବିହାରର ସିବାନ ଜିଲ୍ଲାରେ ଆପଣଙ୍କର ଏକ ମୂର୍ତି ତିଆରି କରିବା ପାଇଁ ଯୋଜନା କରୁଛି ।’ ତେବେ ସୋନୁଙ୍କ ଉତର ସମସ୍ତଙ୍କ ମନ ଜିଣିନେଇଥିଲା । ସୋନୁ ପ୍ରତିଉତରରେ ଲେଖିଲେ ‘ଭାଇ ସେହି ପଇସାରେ କିଛି ଗରିବ ଲୋକଙ୍କୁ ସାହଯ୍ୟ କରିଦିଅ’ । ଯାହାକୁ ଲୋକମାନେ ପ୍ରଶଂସା କରିବା ସହ ରିଟୁଇଟ୍ କରୁଛନ୍ତି । ସୋନୁଙ୍କୁ ପ୍ରତିଦିନ ଲୋକମାନେ ଟୁଇଟ୍ ମାଧ୍ୟମରେ ସାହାଯ୍ୟ ମାଗୁଥିବାବେଳେ ସେ ଯଥାସମ୍ଭବ ଲୋକଙ୍କୁ ସାହଯ୍ୟ ସହଯୋଗ କରୁଛନ୍ତି । ତେବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ଏକ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ।

ମତାମତ ଦିଅନ୍ତୁ ।