ଅଭିନେତ୍ରୀଙ୍କୁ ବିଦ୍ୟୁତ ବିଭାଗ ଦେଲା ଲକ୍ଷେ ଟଙ୍କାର ବିଜୁଳି ବିଲ୍

ମୁମ୍ବାଇ: ଦକ୍ଷିଣ ସିନେ ଅଭିନେତ୍ରୀ କାର୍ତ୍ତିକା ନାୟରଙ୍କ ନିକଟକୁ ଲକ୍ଷେ ଟଙ୍କାର ବିଜୁଳି ବିଲ୍‌ ଆସିଛି । ବିଦ୍ୟୁତ୍‌ କମ୍ପାନି ଆଦାନି ଇଲେକ୍ଟ୍ରିସିଟି ପକ୍ଷରୁ ଜୁନ୍‌ ମାସର ବିଲ୍‌ ପଠାଯାଇଛି । ଏହାକୁ ନେଇ ଅଭିନେତ୍ରୀ କାର୍ତ୍ତିକା ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମିଟର ରିଡିଙ୍ଗ୍‌ କରା ନ ଯାଇ ଏଭଳି ମନମୁଖି ଭାବେ ବିଲ୍‌ ପଠାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । 

ଟ୍ୱିଟ୍‌ କରି ସେ କହିଛନ୍ତି, ମୁମ୍ବାଇରେ ଆଦାନି ଇଲେକ୍ଟ୍ରିସିଟି କି ପ୍ରକାର ଘୋଟାଲା କରୁଛି? ଜୁନ୍‌ରେ ପାଖାପାଖି ଲକ୍ଷେ ଟଙ୍କାର ବିଜୁଳି ବିଲ୍‌ ଆସିଛି । ଏହାକୁ ସେମାନେ ଅନୁମାନ କରି ପଠାଇଛନ୍ତି, କାରଣ ଲକ୍‌ଡାଉନ୍‌ ବେଳେ ତାଙ୍କ ମିଟର ରିଡିଙ୍ଗ୍‌ କରାଯାଇ ନ ଥିଲା । ମୁମ୍ବାଇ ଲୋକଙ୍କଠାରୁ ଏହିଭଳି ଅନେକ ଅଭିଯୋଗମାନ ଶୁଣିବାକୁ ମିଳୁଛି । କାର୍ତ୍ତିକାଙ୍କ ଏଭଳି ଅଭିଯୋଗ ଉପରେ କମ୍ପାନି ପକ୍ଷରୁ ମଧ୍ୟ ଜବାବ ଦିଆଯାଇଛି । ତେବେ ତାଙ୍କୁ ବ୍ୟକ୍ତିଗତ ଭାବେ ଜବାବ ମିଳିଥିବା ଜଣାପଡ଼ିଛି । ଅଭିନେତ୍ରୀ କାର୍ତ୍ତିକା ଜୁନିୟର ଏନ୍‌ଟିଆର୍‌ଙ୍କ ସହ ‘ଦମ୍ମୁ’ ଓ ନାଗା ଚୈତନ୍ୟଙ୍କ ସହ ‘ଜୋଶ୍‌’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ମତାମତ ଦିଅନ୍ତୁ ।