ସରକାରଙ୍କୁ ତାଙ୍କ ଭୁଲ ଜଣାଇଲେ ଲୋକଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି : ଶବାନା ଆଜମୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ତାଙ୍କ ଅନୁଯାୟୀ, ଦେଶର ଭଲ ଭବିଷ୍ୟତ ପାଇଁ ଆମର ଭୁଲ କ’ଣ, ତାହା ଆମକୁ ପ୍ରଥମେ ସ୍ୱୀକାର କରିବା ଦରକାର । କିନ୍ତୁ ଆମେ ସରକାରଙ୍କ ଭୁଲ ସାମ୍ନାକୁ ଆଣିବାକୁ ଚାହିଁଲେ, ଆମକୁ ଦେଶଦ୍ରୋହୀ ବୋଲି କହି ଦିଆଯାଏ । ଯାହା ପାଇଁ ଏବେ ଡ଼ରରେ କିଛି ଲୋକ ସରକାରଙ୍କ ବିରୋଧରେ କିଛି କହିବା ପୂର୍ବରୁ ୧୦୦ଥର ଭାବୁଛନ୍ତି ।

କିନ୍ତୁ ଯଦି କେହି ସରକାରଙ୍କୁ ତାଙ୍କ ଭୁଲ କ’ଣ ଜଣାଇବେ ନାହିଁ, ତେବେ ଦେଶ ଆଗକୁ କେମିତି ଯିବ ? ସେଥିପାଇଁ ମୁଁ ଚାହୁଁଛି, ଲୋକେ ସରକାରକୁ ନେଇ ମନ ଭିତରେ ଥିବା ନିଜ ପ୍ରଶ୍ନ ସାମ୍ନାକୁ ଆଣନ୍ତୁ । ତେବେ ଶବାନାଙ୍କ ଏଭଳି ମତ ମୋଦୀ ପ୍ରେମୀଙ୍କୁ ଆଘାତ ଦେଇଥିବା ସହ ସେମାନେ ଶବାନାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । କିଛି ଲୋକ ତାଙ୍କୁ ପ୍ରଥମେ ଦେଶ ଛାଡ଼ ତା’ପରେ ଅନ୍ୟକୁ ଭାଷଣ ଦେବ ବୋଲି କହିବା ସହ କିଛି, ଯିଏ ଦେଶର ଯବାନମାନଙ୍କୁ ବିରୋଧ କରିବା ସହ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ସମର୍ଥନ କରୁଛି, ସେ ପୁଣି ଭାରତର ଭଲ ବିଷୟରେ ଚିନ୍ତା କରିବ ବୋଲି କହିଥିଲେ ।

ମତାମତ ଦିଅନ୍ତୁ ।