କେଟ୍ରିନା କହିଲେ ସଲମାନଙ୍କ ସହ ରହିଛି ୧୨ ବର୍ଷର ସମ୍ପର୍କ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କେଟ୍ରିନା କୈଫ ସଲମାନଙ୍କ ଖାନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଦୁହେଁ ବିବାହ କରିବେ ବୋଲି କଥା ଉଠିଛି। କିନ୍ତୁ ଏସବୁ ଚର୍ଚ୍ଚା ଭିତରେ ସୀମିତ ରହିଛି। ସମ୍ପର୍କ ବିଷୟରେ କିଛି ସ୍ପଷ୍ଟ ନକରି ଦୂହେଁ ଭଲ ବନ୍ଧୁ ବୋଲି ନିଜକୁ କହୁଥିଲେ। କିନ୍ତୁ ଆଜିଯାଏ ଦୁଇଜଣ ଅବିବାହିତ ଅଛନ୍ତି। ଏବେ ପ୍ରଥମ ଥର ମୁହଁ ଖୋଲିଛନ୍ତି କେଟ୍ରିନା। ଏକ କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି ସଲମାନଙ୍କ ସହ ତାଙ୍କର ଗତ ୧୨ ବର୍ଷ ହେଲା ଆଫେୟାର ରହିଛି। ତେବେ ସେମାନଙ୍କ ସମ୍ପର୍କ ପ୍ରାୟ ୧୬ ବର୍ଷର ହେବ। କେଟ୍ରିନାଙ୍କ ଏହି ବୟାନ ପରେ ସଲମାନ କୌଣସି ମନ୍ତବ୍ୟ ଦେଇନାହାନ୍ତି।

କେଟ୍ରିନ କୈଫ ଜଣେ ବ୍ରିଟିଶ ଇଣ୍ଡିଆନ ମଡେଲ ଓ ଅଭିନେତ୍ରୀ। ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଆଗଧାଡିର ନାୟିକା। ବଲିଉଡ ଏକ୍ସ-କପଲଙ୍କ ଲିଷ୍ଟର ଶିର୍ଷରେ ରହିଛି କେଟ୍ରିନା ଓ ସଲମାନଙ୍କ ନାଁ। ସଲମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କେଟ୍ରିନା। ଏହି ଯୋଡିଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ହେଲେ କିଛିଦିନ ହେବ ଏ ଦୁଇଜଣଙ୍କୁ କୌଣସି ଫିଲ୍ମରେ ଏକାଠି ଅଭିନୟ କରିବାର ଦେଖାଯାଇନି। ଏଥିପାଇଁ କିଛି କାରଣ ଥାଇପାରେ। କିନ୍ତୁ ଚର୍ଚ୍ଚା ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡିଯାଇଛି। ଏବେ ବୋଧହୁଏ ବୁଝାମଣା ହୋଇଗଲାଣି। ପୁଣି ଦୁଇଜଣଙ୍କୁ ଦେଖିବାକୁ ମିଳିବ ‘ଟାଇଗର ଜିନ୍ଦା ହୈ ଫିଲ୍ମ’ରେ।

ମତାମତ ଦିଅନ୍ତୁ ।