ଟିଭି ଅଭିନେତ୍ରୀ କାମ୍ୟା ପୁଣି ଠାରେ ବିବାହ କରିବେ

ମୁମ୍ବାଇ : ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପୁଣି ଥରେ ବିବାହ କରିବେ। ନିଜ ରିଲେସନଶିପ୍‌ ବିଷୟରେ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

କଲର୍ସ ଚ୍ୟାନାଲରେ ପ୍ରସାରିତ ହେଉଥିବା ଶକ୍ତି ସିରିଏଲରେ ପ୍ରିତୋ ଭୂମିକାରେ ଅଭିନୟ କରୁଥିବା କାମ୍ୟା ୨୦୦୩ ମସିହାରେ କାମ୍ୟା ବଣ୍ଟି ନେଗୀ ନାମକ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ୨୦୧୩ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। କାମ୍ୟାଙ୍କର ୧୦ ବର୍ଷର ଗୋଟିଏ ଝିଅର ଅଛି। କାମ୍ୟା ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀରେ ରହୁଥିବା ଶଲଭ ଡାଙ୍ଗଙ୍କୁ ବିବାହ କରିବେ। ପାଖାପାଖି ଦେଢ ମାସ କଥା ବାର୍ତ୍ତା କରିବା ପରେ ଶଲଭ କାମ୍ୟାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

କାମ୍ୟା ଏହି ପ୍ରସ୍ତାବରେ ରାଜି। କିନ୍ତୁ କେବେ ଓ କେଉଁଠି ଶଲଙ୍କୁ ବିବାହ କରିବେ ତାହା ସ୍ପଷ୍ଟ କରିନାହାନ୍ତି। କାମ୍ୟା କହିଛନ୍ତି ଉଭୟ ବିବାହକୁ ନେଇ ବହୁତ ଉତ୍ସୁକ ଅଛନ୍ତି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଶଲଭଙ୍କ ପାଇଁ କାମ୍ୟା କରୱାଚୌଥର ବ୍ରତ ମଧ୍ୟ ରଖିଥିଲେ। ଅଧିକାଂଶ ସମୟରେ କାମ୍ୟା ଇନ୍‌ଷ୍ଟାରେ ଶଲଭଙ୍କ ସହ ନିଜ ଫଟୋ ସେୟାର କରୁଛନ୍ତି। ଏବେ ଏହି ବିବାହ ଚର୍ଚ୍ଚାରେ ରହିଛି।

ମତାମତ ଦିଅନ୍ତୁ ।