ଏଓବିଏସଓ ଛାତ୍ରସଂଘ ତରଫରୁ ମାସ୍କ ବଣ୍ଟନ ଓ ଜନ ସଚେତନତା

ଭୁବନେଶ୍ୱର : କୋଭିଡ଼ ମହାମାରୀକୁ ନେଇ ତୃଣମୂଳସ୍ତରରେ ସଚେତନତାକୁ ବ୍ୟାପକ କରିବା ପାଇଁ ଅକ୍ଟୋବର ୨ରୁ ମୂଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜନ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଆଜି ଭୁବନେଶ୍ୱର ରାଜମହଲ ଛକଠାରେ ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଂଟ୍ସ ଅର୍ଗାନାଇଜେସନ (ଏଓବିଏସଓ) ତରଫରୁ ମାସ୍କବଂଟନ ସହ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଘର ଉପ-ପ୍ରତିଷ୍ଠାତା ତଥା ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ତାରିଣୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଉପଦେଷ୍ଟା ତଥା ଯୁବ ବିଜେଡ଼ି ଉପ-ସଭାପତି ଧୃତିମାର୍ଥା, ସଂଘର ଉପ-ପ୍ରତିଷ୍ଠାତା ବାସୁଦେବ ସା, ଯୁବ ବିଜେଡ଼ି ସାରାଧଣ ସମ୍ପାଦକ ଅବିନାଶ ପ୍ରଧାନ ,କାର୍ଯ୍ୟକାରୀ ସଦସ୍ୟ ପ୍ରସନ୍ନ ପାଣି, ଯୁବ ବିଜେଡ଼ି ଯୁଗ୍ମ ସମ୍ପାଦକ ପୁର୍ଣ୍ଣେନ୍ଦୁ ପୂଜାପଣ୍ଡା, ଯୁବ ବିଜେଡ଼ି ସମ୍ପାଦକ ସୋନାଲି ପ୍ରିୟଦର୍ଶିନୀ, ଦିପ୍ତିମୟୀ ପତି, ଛାତ୍ର ବିଜେଡ଼ି ରାଜ୍ୟ ସାରାଧଣ ସମ୍ପାଦକ

ସଂକେତ ରାୟ, ପିଙ୍କି, ମହିମା, କିଶୋର ବେହେରା, ଡିପ୍ଲୋମା ମୁଖ୍ୟ ସଂଗଠକ ତଥା ଛାତ୍ର ବିଜେଡ଼ି ସମ୍ପାଦକ ଅନନ୍ତ ନାରାୟଣ ଜେନା, ବିପିୟୁଟି ମୁଖ୍ୟ ସଂଗଠକ ତଥା ଛାତ୍ର ବିଜେଡ଼ି ଯୁଗ୍ମ ସମ୍ପାଦକ ପବନ ସ୍ୱାଇଁ, ଶ୍ରୀତମ ପଟ୍ଟନାୟକ, ଆଚାର୍ଯ୍ୟରକି ପ୍ରିୟଦର୍ଶନ, ରାକେଶ ପାତ୍ର, ଅଂକେଶ, ସ୍ମୃତିରାଜ ମହାନ୍ତି, ତନବୀର ଖାନ୍‌, ଡିପ୍ଲୋମା ସଭାପତି ବିକାଶ ପଣ୍ଡା, ଶୁଭମ ସ୍ୱାଇଁ, ଓମ୍ ପ୍ରସାଦ ବେହେରା, ଆଶିଷ ଦାସ, ନୀତିଶ, ଆଶୁତୋଷ, ଅରବିନ୍ଦ୍‌, ସନ୍ଦୀପ, ସ୍ୱାଗତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।