Breaking Newsପୁରାଣ-କଥା

ଏପରି ବ୍ୟକ୍ତିଙ୍କୁ ନିଜ ରହସ୍ୟ କୁହନ୍ତୁ ନାହିଁ

ମହାଭାରତ ବିଦୁରଙ୍କୁ ଜଣେ ମହାନ ପଣ୍ଡିତ ଭାବେ ବିବେଚିତ। ସେ ତାଙ୍କ ଭାଇ ଧୃତରାଷ୍ଟ୍ରଙ୍କ ସହିତ ପ୍ରତ୍ୟେକ ବିଷୟରେ ଖୋଲା କଥା ହେବାକୁ ପସନ୍ଦ କରୁଥିଲେ। କୁହାଯାଏ ଧୃତରାଷ୍ଟ୍ର ଅନେକ କ୍ଷେତ୍ରରେ ବିଦୁରଙ୍କଠାରୁ ପରାମର୍ଶ ଲୋଡୁଥିଲେ। ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ବିଜୟ ପଛରେ ବିଦୁରଙ୍କର ଚତୁରତା ମଧ୍ୟ ସାମିଲ ଥିଲା। ତେବେ କେଉଁମାନଙ୍କୁ ନିଜ ରହସ୍ୟ କହିବା ଅନୁଚିତ୍ ସେ ସମ୍ପର୍କରେ ବିଦୁର କହିଛନ୍ତି। କାରଣ ଭବିଷ୍ୟତରେ ଏପରି ଲୋକ ଅସୁବିଧାରେ ପକାଇ ପାରନ୍ତି।

ବିଦୁର ନୀତିରେ ଯେଉଁମାନେ ଲୋଭୀ ସବ୍ୟକ୍ତି କାହାର ନୁହଁନ୍ତି। ଏହି ବର୍ଗର ମଣିଷ ନିଜ ପିତାଙ୍କୁ ଠକିବାକୁ ପଛାନ୍ତିନାହିଁ। ତେଣୁ ଲୋଭୀ ବ୍ୟକ୍ତିଙ୍କୁ କେବେ ରହସ୍ୟ କେବେବି କହିବା ଉଚିତ୍ ନୁହେଁ। ସେମାନଙ୍କୁ ନିଜର ରହସ୍ୟ କହିଲେ ଭବିଷ୍ୟତରେ ଲୋଭ ପାଇଁ ଅପବ୍ୟବହାର କରିବାକୁ ପଚାଇବେ ନାହିଁ।

ସେହିପରି ଯେଉଁମାନେ ଚତୁର ସେମାନେ କାହାର ରହସ୍ୟ ଶୁଣିବା କିମ୍ବା ଜାଣିବାର ଯୋଗ୍ୟ ନୁହଁନ୍ତି। ବିଦୁର ନୀତିଙ୍କ ଅନୁଯାୟୀ ଚତୁର ବ୍ୟକ୍ତି ଚତୁରତାର ସହ କାହାର ଭାବନା ଓ ଚିନ୍ତାଧାରାକୁ ଶୁଣି ଆଗାମୀ ସମୟରେ ଏହାକୁ ନିଜ ସ୍ଵାର୍ଥରେ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ତେଣୁ କୁହାଯାଇଛି କୌଣସି ବ୍ୟକ୍ତିଙ୍କୁ ଗୁରୁତ୍ଵ ଦେବାପୂର୍ବରୁ ଚିନ୍ତା କରି ନିଷ୍ପତ୍ତି ନେବା ଆବଶ୍ୟକ।

ଅଧିକ କଥାବାର୍ତ୍ତା କରୁଥିବା ମନୁଷ୍ୟଙ୍କ ବିଦୁର ନୀତିରେ କୁହାଯାଇଛି ଏପରି ବ୍ୟକ୍ତି ଅନ୍ୟମାନଙ୍କ ଆଗରେ ନିଜ କଥା କମ୍ ଓ ଅନ୍ୟ କଥା ଅଧିକ ଜାଣିବାକୁ ଚାହିଁଥାନ୍ତି। ସେଥିପାଇଁ ଲୋକମାନେ ଅଧିକ କଥାବାର୍ତ୍ତା କରୁଥିବା ବ୍ୟକ୍ତିଙ୍କୁ ରହସ୍ୟ କହିବାକୁ ଭୟ କରିଥାନ୍ତି। କାରଣ ସମୟ ଆସିଲେ ସେମାନେ ଏହାର ଲାଭ ଉଠାଇ ପାରିବେ।

ମତାମତ ଦିଅନ୍ତୁ ।

Back to top button