ଏପ୍ରିଲ ୧ରୁ ଅଚଳ ହୋଇଯିବ ଏହି ବ୍ୟାଙ୍କର ଚେକବୁକ୍

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ। କାରଣ ହେଲା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ।

ସେଥିପାଇଁ ଏସବୁ ବ୍ୟାଙ୍କର ଗ୍ରାହକମାନେ ନୂଆ ଚେକବୁକ, ପାସବୁକ, ନୂଆ ଆଇଏଫଏସସି ଓ ଏମଆଇସିଆର କୋଡ ପାଇଁ ମିଶ୍ରଣ ହୋଇଥିବା ବୃହତ ବ୍ୟାଙ୍କ ସହ ଯୋଗାଯୋଗ କରି ପାଇପାରିବେ। ଏଥିସହ ଗ୍ରାହକମାନେ ଏହି ବ୍ୟାଙ୍କକୁ ଯାଇ ନିଜର ଫୋନ ନମ୍ବର, ଠିକଣା ଓ ନୋମିନି ନାମ ବଦଳାଇପାରିବେ।

ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ବ୍ୟାଙ୍କ ମିଶ୍ରଣ ଘୋଷଣା ଯୋଜନା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ଏଥିସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବାକୁ ଥିବାବେଳେ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ୍ ବ୍ୟାଙ୍କ ସହିତ ହେବ। ଏହାଛଡା ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଛି।

Leave a Reply

Your email address will not be published. Required fields are marked *

Back to top button