ଏପ୍ରିଲ ୨ୟ ଭାଗ ତାପମାତ୍ରା ରେକର୍ଡ କରିବ

ଭୁବନେଶ୍ଵର : ଚଳିତ ଏପ୍ରିଲ ମାସର ୨ୟ ଭାଗରେ ତାପମାତ୍ରା ରେକର୍ଡ ସୃଷ୍ଟି କରିବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏହି ପୂର୍ବାନୁମାନ କରିଛି।
ସ୍କାଏମେଟ ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସର ପ୍ରଥମ ଭାଗରେ ତାତି ସ୍ଵାଭାବିକ ରହିବ। ବାତାବରଣ ଗରମ ରହିଲେ ମଧ୍ୟ ରେକର୍ଡ ସ୍ତରକୁ ଯିବନାହି । କିନ୍ତୁ ମାସର ୨ୟ ଭାଗରେ ଦିନର ତାତି ସର୍ବାଧିକ ବୃଦ୍ଧି ପାଇବ। ବିଗତ ବର୍ଷମାନଙ୍କରେ ଏପ୍ରିଲ ତାପମାତ୍ରାଠାରୁ ବଳିଯିବ। ଏପରିକି ବିଗତ କିଛି ଦଶନ୍ଧି ଅପେକ୍ଷା ଚଇତବର୍ଷ ଏପ୍ରିଲ ମାସ ତାପମାତ୍ରା ରେକର୍ଡ ସୃଷ୍ଟି କରିବ ବୋଲି ସ୍କାଏମେଟ ସୂଚନା ଦେଇଛି।
ସୂଚନଯୋଗ୍ୟ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଚଳିତବର୍ଷ ମାର୍ଚ୍ଚମାସର ତାତି ଗତ ୧୧ ବର୍ଷରେ ସବୁଠୁ ଉତ୍ତପ୍ତ ଓ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାନ୍ୟତା ପାଇଛି। ୨୦୧୦ର ମାର୍ଚ୍ଚମାସ ଗତ ୧୨୧ ବର୍ଷରେ ସବୁଠାରୁ ତତଲା ଓ ୨୦୦୪ରେ ୨ୟ ସର୍ବାଧିକ ଉତ୍ତପ୍ତ ମାସ ଥିଲା ବୋଲି କୁହାଯାଇଛି।