ଏପ୍ରିଲ ୩୦ ଯାଏ ବିଦେଶକୁ ବିମାନ ଉଡ଼ିବନି

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଡିଜିସିଏ ରୋକ ଲଗାଯାଇଛି। ତେଣୁ ଭାରତରୁ ବିଦେଶକୁ କୌଣସି ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ।

ଡିଜିସିଏ କହିଛି ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଉପରେ ଲାଗୁହେବ ନାହିଁ। ଆବଶ୍ୟକ ହେଲେ ପ୍ରଶାସନିକ ଅନୁମତିକ୍ରମେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଗ୍ରୀନ ସିଗ୍ନାଲ ମିଳିପାରିବ। ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। କିନ୍ତୁ ବିମାନରେ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବେ।

Leave A Reply

Your email address will not be published.