ଏପ୍ରିଲ ୯ରୁ ଆଇପିଏଲ – ୧୪

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୧। ଏହି ୧୪ତମ ସିଜନ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା କରିଛି। ମେ’ ୩୦ରେ ହେବ ଫାଇନାଲ ମ୍ୟାଚ।

ରବିବାର ଘୋଷଣା ଅନୁଯାୟୀ ଆଇପିଏଲର ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୯ରେ ଚେନ୍ନାଇରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଆଇପିଏଲ୍ ପରିଚାଳନା ପରିଷଦ ବୈଠକର ନିଷ୍ପତ୍ତି ହେଲା ଏଥର ମୋଟ ୬ଟି ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ। ଏ ମଧ୍ୟରେ ରହିଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା।

ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଆଇପିଏଲର ୧୪ତମ ସିଜନର ସମସ୍ତ ପ୍ଲେ ଅଫ୍ ମ୍ୟାଚ୍ ଓ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ସିଜିନରେ ୧୧ ଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଦୁଇଟି ମ୍ୟାଚ୍ ଦିନ ପ୍ରଥମ ମ୍ୟାଚ ଅପରାହ୍ନ ୩:୩୦ରେ ଓ ଦ୍ଵିତୀୟ ମ୍ୟାଚ୍ ୭:୩୦ରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button