ଏପ୍ରିଲ ପହିଲାରୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ : ଦକ୍ଷିଣ କଶ୍ମୀର ହିମାଳୟର ଅମରନାଥଙ୍କ ଦର୍ଶନ ପାଇଁ ଆସନ୍ତା ଏପ୍ରିଲ ପହିଲାରୁ ନାମ ପଂଜିକରଣ ଆରମ୍ଭ ହେବ। ବାବାଙ୍କ ଏହି ଗୁମ୍ଫା ୩୮୮୦ ମିଟରର ଉଚ୍ଚରେ ରହିଛି। ସେଥିପାଇଁ ୫୬ ଦିବସୀୟ ଯାତ୍ରା ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହେବ। ଯାତ୍ରା ସମୟରେ ଯାତ୍ରୀମାନଙ୍କୁ କରୋନା ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡିବ।

ଶ୍ରୀ ଅମରନାଥ ବୋର୍ଡ (ଏସ୍‌ଏଏସ୍‌ବି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନୀତୀଶ୍ୱର କୁମାର କହିଛନ୍ତି ଅମରନାଥ ଯାତ୍ରା ପାଇଁ ପଂଜିକରଣ ଦେଶର ୪୪୬ ବ୍ୟାଙ୍କ ଶାଖା ଜରିଆରେ ଏପ୍ରିଲ ୧ ତାରିଖ ଠାରୁ ଆରମ୍ଭ ହେବ। ଏଥିରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ୩୧୬, ଜମ୍ମୁ କଶ୍ମୀର ବ୍ୟାଙ୍କ ୯୦ ଓ ୟେସ ବ୍ୟାଙ୍କର ୪୦ଟି ଶାଖାକୁ ସାମିଲ କରାଯାଇଛି। ପଂଜିକରଣ ପ୍ରକ୍ରିୟା ସଂପର୍କରେ ଆବେଦନ ପତ୍ର ଓ ବ୍ୟାଙ୍କର ଶାଖା ସଂପର୍କରେ ବୋର୍ଡର ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି।

ନୀତୀଶ୍ୱର କୁମାର କହିଛନ୍ତି ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଂଚଳର ପ୍ରଶାସକଙ୍କ ତରଫରୁ ଅଧିକୃତ ଡାକ୍ତର ବା ଚିକିତ୍ସା ସଂସ୍ଥା ଦ୍ୱାରା ଜାରି ମେଡିକାଲ ସାର୍ଟିଫିକେଟ ପଂଜିକୃତ ବ୍ୟାଙ୍କ ଶାଖାରେ ଗ୍ରହଣୀୟ। ଗୁମ୍ଫା ବହୁତ ଉଚ୍ଚରେ ଥିବାର ପ୍ରମାଣପତ୍ରର ଆବଶ୍ୟକତା ରହିଛି। ଏଥିସହ ୨୦୨୧ ମାର୍ଚ୍ଚ ୧୫ ତାରିଖ ପରେ ଜାରି ହୋଇଥିବା ପ୍ରମାଣପତ୍ର ବୈଧ୍ୟ ଭାବେ ଗ୍ରହଣ କରାଯିବ। ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ଯାତ୍ରା କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button