ଏପ୍ରିଲ ପହିଲାରୁ ଏହିସବୁ ନିୟମ ବଦଳିଯିବ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ପହିଲାରୁ ଆୟକର ଓ ଭବିଷ୍ୟନିଧି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ତେଣୁ ଆୟକର ଦାତାମାନେ ୩୧ ମାର୍ଚ୍ଚ ପୂର୍ବରୁ କର ସମ୍ପର୍କିତ ସମସ୍ତ କର୍ଯ୍ୟ ଶେଷ କରିବା ଉଚିତ।

୧- ଏପ୍ରିଲରୁ ଭବିଷ୍ୟନିଧି ଶୁଳ୍କ ନିୟମ ବଦଳିବ। ଗତବର୍ଷ କରୋନା ପାଇଁ ଅନେକ ଯୋଜନାରେ ସୁଧ ହ୍ରାସ ହୋଇଥିଲା। କିନ୍ତୁ ଭବିଷ୍ୟନିଧି ଖାତାରେ ମିଳୁଥିଲା ଅଧିକ ସୁଧ। ତେବେ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଉପସ୍ଥାପିତ କରିଥିବା ୨୦୨୧ ବଜେଟ୍‌ରେ ଭବିଷ୍ୟନିଧି ଆକାଉଣ୍ଟରେ ମିଳୁଥିବା ସୁଧ ଉପରେ ଶୁଳ୍କ ଲାଗୁ କରିଛନ୍ତି। ନୂଆ ନିୟମ ଅନୁସାରେ ଆର୍ଥିକ ବର୍ଷରେ ପିଏଫରେ ୨.୫ ଲକ୍ଷ ଟଙ୍କା ଜମା ହେଉଥିଲେ ଏହା ଶୁଳ୍କ ମୁକ୍ତ। ଏହାଠାରୁ ଅଧିକ ଜମା ଉପରେ ସୁଧର ଆୟ ଉପରେ ଶୁଳ୍କ ଲାଗୁ ହେବ।

୨- ଗତବର୍ଷ ଅର୍ଥମନ୍ତ୍ରୀ ଅବକାଶ ଭତ୍ତା (ଏଲଟିସି) କ୍ୟାସ୍ ଯୋଜନା ଘୋଷଣା କରିଥିଲେ। ଯାହା ଏହା ଏପ୍ରିଲରୁ ଲାଗୁ ହେବାକୁ ଯାଉଛି। ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ ନଗଦ ଭାଉଚର ମିଳିବ। ଯୋଜନାର ଲାଭ ପିଏସୟୁ ଓ ସାର୍ବଜନିକ ବ୍ୟାଙ୍କ କର୍ମଚାରୀ ପାଇବେ। କର୍ମଚାରୀଙ୍କୁ ପ୍ଲେନ ଅଥବା ଟ୍ରେନ୍‌ ଭଡା ନଗଦ ଦିଆଯିବ ଓ ଏହା ମଧ୍ୟ ଶୁଳ୍କମୁକ୍ତ।

୩- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ବଜେଟ୍‌ରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଆୟକର ରିଟର୍ଣ୍ଣ ଦାଖଲରୁ ମୁକ୍ତ କରିଛନ୍ତି। ଏପ୍ରିଲ ପହିଲାରୁ ବରିଷ୍ଠ ନାଗକରିକଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ। ଯେଉଁମାନେ ପେନସନ ସୁଧ ଓ ଫିକ୍ସଡିପୋଜିଟ ସୁଧ ଉପରେ ନିର୍ଭର କରି ନିଜ ବାର୍ଦ୍ଧକ୍ୟର ଖର୍ଚ୍ଚ ତୁଲାଉଥିଲେ ସେମାନଙ୍କୁ ରିଟର୍ଣ୍ଣ ଦେବାରୁ ମୁକ୍ତି ମିଳିବ।

୪- ଏପ୍ରିଲ ପହିଲାରୁ ସରକାର ଆୟକର ରିଟର୍ଣ୍ଣକୁ ଅଧିକ କଡ଼ାକଡି କରିବାକୁ ଯାଉଛନ୍ତି। ଯେଉଁ କରଦାତାମାନେ ନିୟମିତ ସମୟରେ ସେମାନଙ୍କ ରିଟର୍ଣ୍ଣ ଫାଇଲ କରୁନାହାନ୍ତି ସେମାନଙ୍କର ୨ ଗୁଣା ଟିଡିଏସ୍‌ କଟିବ। ଆୟକର ଶୁଳ୍କ ଆଇନରେ ସରକାର ସେକ୍ସନ ୨୦୬ଏବି ସଂଯୁକ୍ତ କରିଛନ୍ତି। ତେଣୁ କଲେକ୍ସନ ଆଟ୍‌ ଦି ସୋର୍ସ ମଧ୍ୟ ଅଧିକ ହେବ।

୫- ସରକାର କର୍ମଚାରୀଙ୍କ ଆୟକର ରିଟର୍ଣ୍ଣ ଫାଇଲିଂକୁ ଅଧିକ ଶରଳ କରିଛନ୍ତି। ଏପ୍ରିଲ ୧ରୁ ଏହା ଲାଗୁ ହେବାକୁ ଯାଉଛି। ଏଥିରେ କର୍ମଚାରୀଙ୍କୁ ପୂର୍ବରୁ ପୂରଣ ହୋଇଥିବା ରିଟର୍ଣ୍ଣ ଫର୍ମ ମିଳିବ। ସେମାନ ସହଜରେ ସେମାନଙ୍କ ରିଟର୍ଣ୍ଣ ଦାଖଲ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button