ଏପ୍ରିଲମାସ ଛୁଟିଦିନରେ ଟିକାକରଣ କରିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ : କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଦେଶରେ ୪୫ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିବା ବେଳେ ଅନେକ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକେ କରୋନା କଟକଣା ମାନୁନଥିବାରୁ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଛୁଟିଦିନ ମାନଙ୍କରେ ଟିକାକରଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।

କେନ୍ଦ୍ର ସରକାର ମାର୍ଚ୍ଚ ୩୧ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ବିସ୍ତୃତ ଆଲୋଚନା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ସରକାରୀ ତଥା ବେସରକାରୀ ସ୍ତରରେ ସମସ୍ତ କୋଭିଡ-୧୯ ଟିକାକରଣ କେନ୍ଦ୍ରକୁ ଉପଯୁକ୍ତ ଭାବରେ ଉପଯୋଗ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button