ଏପ୍ରିଲରେ ଆସିବ ଆଉ ୧୦ଟି ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଆସନ୍ତା ମାସରେ ଆଉ ୧୦ଟି ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାର ସେନାରେ ସାମିଲ ହେବ। ଗଠନ ହେବ ଦ୍ୱିତୀୟ ରାଫେଲ ସ୍କାର୍ଡନ। ଏହି ବିମାନ ଆସିବା ପରେ ବାୟୁସେନାର ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ପାଇବ।

ସରକାରଙ୍କ ସୂତ୍ରରୁ ଏକ ନ୍ୟୁଜ୍ ଏଜେନ୍ସି କହିଛି ଆସନ୍ତା ଦୁଇ ତିନିଦିନ ମଧ୍ୟରେ ୩ଟି ରାଫେଲ୍ ବିମାନ ଫ୍ରାନ୍ସରୁ ସିଧାସଳଖ ଭାରତରେ ପହଞ୍ଚିବ। ସେହିପରି ଏପ୍ରିଲ ଦ୍ୱିତୀୟାର୍ଦ୍ଧରେ ଆଉ ୭-୮ଅଧିକ ରାଫେଲ୍ ବିମାନ ଓ ସେମାନଙ୍କର ପ୍ରଶିକ୍ଷକ ସଂସ୍କରଣ ପହଞ୍ଚିବ। ଏହି ବିମାନଗୁଡ଼ିକ ସିଧାସଳଖ ଅମ୍ବାଲାରେ ଅବତରଣ କରିବାର କିଛି ସମୟ ପରେ କେତୋଟିକୁ ବେଙ୍ଗଲର ହାସିମାରା ଏୟାରବେସକୁ ପଠାଯିବ। ସେଠାରେ ଦ୍ଵିତୀୟ ସ୍କାର୍ଡନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ହାସିମାରା ବାୟୁସେନା ଷ୍ଟେସନ ଭୁଟାନର ନିକଟବର୍ତ୍ତୀ ଓ ତିବ୍ଦତ ଠାରୁ ମାତ୍ର ୩୮୪ କିଲୋମିଟର ଦୂରରେ ରହିଛି।

Leave a Reply

Your email address will not be published. Required fields are marked *

Back to top button